Latest Odisha News

BREAKING NEWS

ଉଛୁଳୁଛି ହୀରାକୁଦ ଜଳଭଣ୍ଡାର, କ୍ରାଷ୍ଟ ଗେଟ୍ ଦେଇ ଲିକ୍ ହେଉଛି ପାଣି

ସମ୍ବଲପୁର: ଲିକ୍ ହେଉଛି ପାଣି । ଉଛୁଳୁଛି ହୀରାକୁଦ। ହୀରାକୁଦର କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍‌ ହେଉଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ଫୁଟ ଥିବା ବେଳେ ସମସ୍ତ ଗେଟ୍ ବନ୍ଦ ରଖିଛନ୍ତି ହୀରାକୁଦ କତ୍ତୃପକ୍ଷ । ସେପଟେ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ୍ ପାଣି ହୀରାକୁଦ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି । ତେବେ ଆଉଟ ଫ୍ଲୋ’ ଓ ଇନ୍-ଫ୍ଲୋ’ ସମାନ ରହିଥିବାବେଳେ ହୀରାକୁଦରେ ପାଣି ଉଛୁଳୁଥିବା ଦେଖିବାକୁ ମିଳିଛି । ସମସ୍ତ ଗେଟ୍ ବନ୍ଦ ଥିବା ଫଳରେ ପାଣି ଉଛୁଳୁଥିବା କୁହାଯାଉଥିବା ବେଳେ ପବନ ଯୋଗୁଁ ଏମିତି ହେଉଛି ବୋଲି କହିଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ ।

ଅନ୍ୟପଟେ ହୀରାକୁଦ ଡ୍ୟାମ୍‌ର ନିର୍ମାଣ ସମ୍ପର୍କିତ ଓ ଭୂକମ୍ପ ନିରାପତ୍ତା ଯାଞ୍ଚ ହେବ ବୋଲି ସୂଚନା ମିଳିଛି । ଜୟପୁର ସ୍ଥିତ ଏମଏନଆଇଟିର ଏକ ବିଶେଷଜ୍ଞ ଟିମ୍‌ ଏହି ଅନୁଧ୍ୟାନ କରିବେ । ଏନେଇ ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ରିପୋର୍ଟ ମାଗିଛି ବିଭାଗ । ଚିଠି ଲେଖି ତଥ୍ୟ ମାଗିଛନ୍ତି ସେଚ ସଦନ ଡ୍ୟାମ୍‌ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ । ଅକ୍ଟୋବର ୧୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୨୧, ୨୨ରେ ଯାଞ୍ଚ କାର୍ଯ୍ୟ କରାଯିବ ।

Leave A Reply

Your email address will not be published.