Latest Odisha News

ସମ୍ବଲପୁର ଜେଲରେ ସରପ୍ରାଇଜ ରେଡ, ଜବତ ହେଲା ବିପୁଳ ମାଦକ ଦ୍ରବ୍ୟ

ସମ୍ବଲପୁର: ସମ୍ବଲପୁର ଜେଲରେ ସରପ୍ରାଇଜ ରେଡ। ଭୋର ପ୍ରାୟ ୪ଟା ବେଳେ ଅଚାନକ୍ ଚଢ଼ାଉ କରାଯାଇଛି। ଜେଲ ଅନ୍ତେବାସୀଙ୍କ ନିକଟରୁ ବହୁ ତମାଖୁ ଜାତୀୟ ଓ ମାଦକ ଦ୍ରବ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।

ଆଜି ଭୋର ପ୍ରାୟ ୪ଟାରେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଏସପି, ସଦର ଏସଡିପିଓ ଚଢାଉ କରିଥିଲେ । ଚଢାଉ ବେଳେ ବିପୁଳ ପରିମାଣର ଗୁଟ୍‌ଖା, ଖଇନି ସହ ଲାଇଟର ଜବତ କରିଛି ପୋଲିସ । ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ରହୁଛନ୍ତି । ପ୍ରାୟ ୩ ଘଣ୍ଟା ଚଢ଼ାଉ ହୋଇ ସକାଳ ସାଢ଼େ ୬ଟା ବେଳେ ଶେଷ ହୋଇଛି ।

Leave A Reply

Your email address will not be published.