Latest Odisha News

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ। ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଗତ ସୋମବାର ରଜନୀକାନ୍ତ ଚେନ୍ନାଇସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ।

ରଜନୀକାନ୍ତଙ୍କର ହାର୍ଟ ସମ୍ବନ୍ଧିତ କିଛି ସମସ୍ୟା ଥିଲା। ବିନା ସର୍ଜରୀରେ ତାଙ୍କ ଚିକିତ୍ସା କରାଯାଇଛି। ମଙ୍ଗଳବାର ଜାରି ହୋଇଥିବା ହେଲଥ୍‌ ବୁଲେଟିନ୍‌ରେ କୁହାଯାଇଥିଲା ଯେ ସେ ଏବେ ସୁସ୍ଥ ହେଉଛନ୍ତି ଏବଂ ଖୁବଶୀଘ୍ର ସେ ଡିସଚାର୍ଜ ହେବେ। ଏହାପରେ ସେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଚାଲି ଯାଇଥିବା ଜଣାଯାଇଛି।

ତେବେ କିଛି ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବା ପାଇଁ ରଜନୀକାନ୍ତଙ୍କୁ ଡାକ୍ତରୀ ଟିମ୍‌ ପରାମର୍ଶ ଦେଇଛନ୍ତି। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ କରି ପରିବାର ଲୋକଙ୍କ ନିକଟରୁ ରଜନୀକାନ୍ତ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସମେତ ରାଜନୀତି ଓ ଅନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ ବି ସୋଶାଲ ମିଡିଆରେ ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Leave A Reply

Your email address will not be published.