Latest Odisha News

ବରଗଡ଼ ଜିଲ୍ଲା କାରାଗାରରେ ପୋଲିସ ବିଭାଗର ଅଚାନକ ଚଢ଼ାଉ

ବରଗଡ଼:ବରଗଡ଼ ଜିଲ୍ଲା କାରାଗାରରେ ପୋଲିସ ବିଭାଗର ଅଚାନକ ଚଢ଼ାଉ l ଚଢ଼ାଉ ବେଳେ କାରାଗାରରୁ ବ୍ୟାପକ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ l ସେପଟେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ କରି ବିପୁଳ ମାଦକଦ୍ରବ୍ୟ ଜବତ କରିଛି ପୋଲିସ l

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା କାରାଗାର ଭିତରେ ରହିଥିବା କଏଦୀ ମାନଙ୍କ ନିକଟକୁ ବେଆଇନ ଭାବରେ ଜେଲ କର୍ମଚାରୀଙ୍କ ଦ୍ୱାରା ମାଦକ ଦ୍ରବ୍ୟ ସହିତ ଅନେକ ସାମଗ୍ରୀ ପଠାଯାଉଥିବା ନେଇ ଖବର ମିଳିଥିଲା l ଏହାର ତଦନ୍ତ ପାଇଁ ଆଜି ଭୋର ୫ ଟା ୧୫ ମିନିଟରେ ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମୀନାଙ୍କ ନେତୃତ୍ୱରେ ୧୪ ଜଣ ଅଫିସର ଓ ୪ ପ୍ଳାଟୁନ ପୋଲିସ ଫୋର୍ସ ହଠାତ ଜିଲ୍ଲା କାରାଗାରରେ ପହଁଞ୍ଚି ଚଢ଼ାଉ କରିଥିଲେ l ଦୀର୍ଘ ଦେଢ଼ ଘଣ୍ଟା ଧରି ଯାଞ୍ଚ କାର୍ଯ୍ୟ କରାଯିବା ପରେ କଏଦୀ ମାନଙ୍କ ଠାରୁ ବିପୁଳ ପରିମାଣର ଭାଙ୍ଗ, ଖଇନି ଓ ଗୁଟଖା ପରି ମାଦକ ଦ୍ରବ୍ୟ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସପି l ତେବେ ଜେଲ କର୍ମଚାରୀଙ୍କ ବିନା ସହମତି ଓ ସହଯୋଗରେ ଜେଲ ଭିତରକୁ ଏପରି ମାଦକ ଦ୍ରବ୍ୟ କିପରି ଗଲା ସେନେଇ ପ୍ରଶ୍ନ ଉଠିଛି ? ଏପରି ବେଆଇନ କାରନାମାରେ କେଉଁ ଜେଲ କର୍ମଚାରୀ ମାନଙ୍କ ସମ୍ପୃକ୍ତି ରହିଛି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସହାଇ ମୀନା l

Leave A Reply

Your email address will not be published.