ଭୁବନେଶ୍ୱର: ରାଜଧାନୀରେ ଗାଡି ହର୍ଣ୍ଣ ମାରିବାକୁ ନେଇ ଛୁରାମାଡ଼। ଗଣ୍ଡଗୋଳର ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଅତର୍କିତ ଛୁରାମାଡ଼ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଶ୍ରୀରାମନଗରଠାରେ ୪ ଯୁବକ ବସିଥିଲେ। ଏତିକିବେଳେ ଏକ ବାଇକରେ ଦୁଇ ଯୁବକ ଆସି ହର୍ଣ୍ଣ ମାରିଥିଲେ। ଏହି କାରଣରୁ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ପରେ ଛୁରାମାଡ଼ ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ପୋଲିସ ଆସିଥିବା ବେଳେ ଜଣେ କନଷ୍ଟେବଳଙ୍କୁ ବି ଆକ୍ରମଣ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ଯୁବକଜଣକ ଜଣେ ପୋଲିସ କନଷ୍ଟେବଳଙ୍କୁ ମଧ୍ୟ ଛୁରା ମାଡ଼ କରିବାକୁ ପଛାଇ ନ ଥିଲେ । ଉଭୟ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ଘରକୁ ଫେରିଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରି ନିଶାଶକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଥିବା ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି।
BREAKING NEWS
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ
- Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍
- Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ ବିବାଦ, ବିଜେପିର ପାଲଟା ଜବାବ
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

Comments are closed.