Latest Odisha News

ଓଡ଼ିଶା କନଷ୍ଟେବଳ ନିଯୁକ୍ତି ମାମଲା: ବୟସ ସୀମା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି ବୟସ ସୀମାକୁ ନେଇ ଆଜି ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜ୍ୟର ସମସ୍ତ ପୋଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ଆବେଦନାକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ ।

ହାଇକୋର୍ଟରେ ମାମଲା ଦାୟର କରିଥିବା ସମସ୍ତ ଆବେଦନାକାରୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ତେବେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରିହେବନି ବୋଲି କହିଛନ୍ତି ହାଇକୋର୍ଟ ।

ରାଜ୍ୟର ସମସ୍ତ ପୋଲିସ ବାଟାଲିୟନରେ ୧୩୨୦ କନଷ୍ଟେବଳ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ପଦବୀରେ ଆବେଦନ ପାଇଁ ସର୍ବାଧିକ ବୟସ ସୀମାକୁ ନେଇ ବିବାଦ ଦେଖାଦେଇଥିଲା ।

ପ୍ରତିବର୍ଷ ଖାଲି ହେଉଥିବା ପଦବୀ ପୂରଣ ପାଇଁ ନିୟମ ରହିଥିଲେ ମଧ୍ୟ ୨୦୧୮ ପରଠୁ ଆଉ ନିଯୁକ୍ତି କରାଯାଇ ନ ଥିବା ବେଳେ ୫ ବର୍ଷ ବ୍ୟବଧାନରେ ପରୀକ୍ଷା ହେଉଥିବାରୁ ବୟସ ସୀମାକୁ ନେଇ ବିବାଦ ଦେଖା ଦେଇଥିଲା । ଯେଉଁଥିପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ ଆଶାୟୀ ।

Leave A Reply

Your email address will not be published.