Latest Odisha News

ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ମୁମ୍ବାଇ: ଚାଷୀଙ୍କୁ ଖାତାକୁ ଚଢିଲା ପିଏମ କିଷାନର ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ବଟନ ଟିପି ଏକାସାଙ୍ଗରେ ପୂରା ଦେଶର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ତେବେ ପିଏମ୍ କିଷାନର ୧୮ ତମ କିସ୍ତିରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରତ୍ୟେକ୍ଷ ଭାବେ ପଠାଯାଇଛି ।

ତେବେ ଏଥିପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ଯୋଗ ଦେଇ ସେହିଠାରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୋଦି । ୧୮ ତମ କିସ୍ତି ଜାରି ହେବା ପରେ ପିଏମ୍‌ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ  କରାଯାଇଥିବା ମୋଟ୍ ପାଣ୍ଠି ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ ।

ତେବେ ବର୍ଷକୁ ୩ ଟି କିସ୍ତିରେ ପ୍ରତି ୪ ମାସ ବ୍ୟବଧାନରେ ସରକାର ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏ ପିଏମ୍ କିଷାନ ରାଶି ପଠାନ୍ତି । ଅର୍ଥାତ୍ ବର୍ଷକୁ ୬ ହଜାର । ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ୧୭ ତମ କିସ୍ତି ପଠାଯାଇଥିଲା । ତେବେ ୨୦୧୯ ଫେବୃୟାରୀରୁ ଚାଷୀଙ୍କ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା ଆରମ୍ଭ ହୋଇଛି ।

Leave A Reply

Your email address will not be published.