Latest Odisha News

ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା: ମୁଖ୍ୟମନ୍ତ୍ରୀଙ୍କ କାନକୁ ଗଲା, ହେବ ଆକ୍ସନ

ଭୁବନେଶ୍ବର: ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅବଗତ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଭାବେ ପରୀକ୍ଷାର୍ଥୀମାନେ  ପରୀକ୍ଷା ଦେବାକୁ ଯାଇ ହଇରାଣ ହୋଇଛନ୍ତି ଓ ସେମାନଙ୍କ ଦାବି କ’ଣ ରହିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ସୁରେଜ ପୂଜାରୀ ।

ଏନେଇ ମନ୍ତ୍ରୀ କହିଛନ୍ତି, ଆର୍‌ଆଇ, ଅମିନ ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗକୁ ରିପୋର୍ଟ ମଗାଯାଇଛି । ଅଭିଯୋଗ ଅନୁଯାୟୀ ଏହା ପରୀକ୍ଷା ପାଇଁ ଅନୁକୂଳ ପ୍ରକ୍ରିୟା ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।  ଯଦି ଉକ୍ତ ସଂସ୍ଥା ବ୍ଲାକଲିଷ୍ଟେଡ ହୋଇଥିବ ତାହାଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ । ଏନେଇ ବିଭାଗୀୟ ରିପୋର୍ଟ ଆସିବା ପରେ ତ୍ରୁଟି ବିଚ୍ୟୁତି କେତେ ପରିମାଣର ହୋଇଛି, ଏହା ଫଳାଫଳକୁ କେତେ ପ୍ରଭାବ ପକାଇବ, ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ । ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା ରହିଛି, ପରୀକ୍ଷା ତ୍ରୁଟିଶୂନ୍ୟ ହେବା କଥା । ଉଚିତ ସ୍ଥାନରେ ପରୀକ୍ଷା ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେଣୁ ଏନେଇ ସମସ୍ତ ତଦନ୍ତ ପରେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.