Latest Odisha News

BREAKING NEWS

୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ

ଝାରସୁଗୁଡ଼ା: ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ । କିରିମିରା ତହସିଲ ଅମିନ ଭାସ୍କର ମେହେରଙ୍କୁ ଧରିଲା ଭିଜିଲାନ୍ସ । ଜମିଜମା କାଗଜପତ୍ର କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅମିନ ।

ସୂଚନା ଅନୁସାରେ, ଜମିଜମା କାଗଜପତ୍ର କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅମିନ ଭାସ୍କର ମେହେର । ଏନେଇ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି ଜଣଙ୍କ । ପୂର୍ବଯୋଜନା ମୁତାବକ ଆଜି ଅମିନ ଶ୍ରୀ ମେହେର ଲାଞ୍ଚ ଟଙ୍କା ନେଉଥିବା ବେଳେ ଅଚାନକ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଲାଞ୍ଚ ନେବା ଅଭିଯୋଗରେ ଶ୍ରୀ ମେହେରଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

 

Comments are closed.