Latest Odisha News

ମୋଦିଙ୍କୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ; ବିଜୁଳି ମାଗଣା କଲେ ବିଜେପି ପାଇଁ ପ୍ରଚାର କରିବି

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆପ ନେତା ଅରବିନ୍ଦ କେଜ୍ରିୱାଲ ବିଜେପିକୁ କରିଛନ୍ତି ଚ୍ୟାଲେଞ୍ଜ। ମୋଦିଜୀ ବିଜେପି ଶାସିତ ୨୨ ରାଜ୍ୟରେ ବିଜୁଳି ବିଲ୍ ମାଗଣା କଲେ , ସେ ବିଜେପି ସମର୍ଥନରେ ପ୍ରଚାର କରିବେ ବୋଲି କହିଛନ୍ତି। ସାହସ ଅଛି ତ  ଦିଲ୍ଲୀରେ ବିଧାନସଭା ନିର୍ବାଚନ କରନ୍ତୁ। ମୁଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି। ଦିଲ୍ଲୀ ଜନତାଙ୍କ ଭଲପାଇବା, ସମର୍ଥନ ଓ ବିଶ୍ଵାସ ମୋ ସଚ୍ଚୋଟତାର ପ୍ରମାଣ ହେବ ବୋଲି ଦିଲ୍ଲୀ ଛାତ୍ରସାଲ ଷ୍ଟାଡିଅମରେ ଆୟୋଜିତ “ଜନତା କି ଆନ୍ଦୋଳନ” କାର୍ଯ୍ୟକ୍ରମରେ କେଜ୍ରିୱାଲ ଏପରି କହିଛନ୍ତି।

 

ସେ ଆହୁରି କହିଛନ୍ତି, ଡବଲ ଇଞ୍ଜିନ ସରକାର ମାନେ ଦରଦାମ ବୃଦ୍ଧି, ଭ୍ରଷ୍ଟାଚାର ଓ ବେରୋଜଗାର। ହରିୟଣା ଓ ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ବିଜେପିର ଅନ୍ତ ହେବ। ମଣିପୁର ୭ ବର୍ଷ ବିଜେପି ସରକାର ଅଧୀନରେ ଥିଲେ ମଧ୍ୟ ସେଠାରେ ହିଂସା ଜାରିରହିଛି । ୨୨ ରାଜ୍ୟରେ ବିଜେପି ସରକାର ଥିଲେ ମଧ୍ୟ କୌଣସି ରାଜ୍ୟରେ କିଛି କାମ ହୋଇନାହିଁ ବୋଲି ସେ କହିଛନ୍ତି।  ଯଦି ମୋଦିଜୀ ବିଜେପି ଶାସିତ ୨୨ ରାଜ୍ୟରେ ବିଜୁଳି ବିଲ୍ ମାଗଣା କରିଦେବେ, ମୁଁ ତାଙ୍କ ପାଇଁ ପ୍ରଚାର କରିବି ବୋଲି କହିଛନ୍ତି।

Leave A Reply

Your email address will not be published.