Latest Odisha News

BREAKING NEWS

ଚାଲିଛି ଷୋଡ଼ଶ ଉପଚାର ପୂଜା, ଉଠୁଛି ପଡୁଛି ଝଙ୍କଡବାସିନୀ ମା’ ଶାରଳାଙ୍କ ପୀଠ

ଜଗତସିଂହପୁର: ଦେବୀଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦୁର୍ଗାଷ୍ଟମୀରେ ଶେଷ ହେବ। ଏହି ସମୟରେ ମା’ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା କରାଯିବ ସହ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ତେବେ ଷୋଳ ପୂଜା ପାଇଁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠ ଚଳଚଞ୍ଚଳ । ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଏହି ଅବସରରେ ପ୍ରତ୍ୟେହ ମା’ ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ସନ୍ଧ୍ୟାରେ ସୁନା ବେଶ କରାଯାଇ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯାଉଛି । ପ୍ରତିଦିନ ମାଙ୍କୁ ମହିଷା ମରଦିନୀ ବେଶରେ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ବେଶ୍ ଆନନ୍ଦ ଲାଭ କରୁଛନ୍ତି ।

ଏହି ସମୟରେ ମା’ ଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମୁଥିବାର ଦେଖା ଯାଇଛି। ଆରପଟେ ଚଳିତ ବର୍ଷ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ସିସିଟିଭି ର ବ୍ୟବସ୍ଥା କରାଯାଇଛି । ଏହି ପାର୍ବଣ ସମୟରେ ମାଆଙ୍କ ବିଭିନ୍ନ ପ୍ରକାର ବେଶ କରାଯିବା ସହିତ ମାଆଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

 

Leave A Reply

Your email address will not be published.