Latest Odisha News

ଲାଲୁ ପରିବାରଙ୍କୁ ମିଳିଲା ଆଶ୍ବସ୍ତି, ଜାମିନ ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ:ଲାଲୁ ପରିବାରଙ୍କୁ ମିଳିଲା ବଡ ଆଶ୍ବସ୍ତି । ଜମି ନେଇ ଚାକିରୀ ଦେବା ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ବି ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ସମେତ ୯ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ସହିତ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ତେବେ ଲାଣ୍ଡ ଫର୍ ଜବ୍ ସ୍କାମରେ ଲାଲୁ ଯାଦବ ଓ ତାଙ୍କ ଦୁଇ ପୁଅଙ୍କ ସମେତ ପରିବାରର ୯ ଜଣଙ୍କ ନାଁରେ ମାମଲା ଚାଲୁଥିଲା । ଏନେଇ ଆଜି ସକାଳୁ ସକାଳୁ ଦିଲ୍ଲୀ କୋର୍ଟରେ ହାଜର ହୋଇଥିଲା ଲାଲୁଙ୍କ ପରିବାର । କୋର୍ଟ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି । ଏନେଇ କୋର୍ଟ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ ନକରାଯାଇ ସେମାନଙ୍କ ନାଁ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା ତେଣୁ ସେ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଉଛି । ଯାହାର ଆଗାମୀ ଶୁଣଶରଇ ଅକ୍ଟୋବର ୨୫ରେ ହେବାକୁ ଯାଉଛି । ଏଥିସହିତ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସେମାନଙ୍କ ପାସ୍‌ପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ବିନା ଅନୁମତିରେ କେହି ବି ଦେଶ ବାହାରକୁ ଯାଇପାରିବେ ନାହିଁ । ସମସ୍ତଙ୍କୁ ଚାର୍ଜଶିଟର ଏକ କପି କୋର୍ଟରେ ପୈଠ କରିବାକୁ କୁହାଯାଇଛି। ତେବେ ଏହି ମାମଲାରେ ତେଜ ପ୍ରତାପ ଯାଦବ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ।

ତେବେ ଅଗଷ୍ଟ ୬ରେ ଲାଲୁଙ୍କ ପରିବାରଙ୍କ ବିରୋଧରେ ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଥିଲା। ଲାଲୁ ପ୍ରସାଦ ଯାଦବ ଚାକିରି ପାଇଁ ଜମି ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଇଡି ନିଜ ଚାର୍ଜଶିଟ୍‌ରେ କହିଥିଲା। କିନ୍ତୁ ଲାଲୁଙ୍କ ବଡ ପୁଅ ଜେଜ ପ୍ରତାପ ଯାଦବଙ୍କ ନାଁ ଚାର୍ଜ ସିଟରେ ଦାଖଲ କରିନଥିଲା ଇଡି । କିନ୍ତୁ ଏହି ମାମଲାରେ ଲାଲୁଙ୍କ ବଡ ପୁଅଙ୍କୁ ଅଭିଯୁକ୍ତ ଦର୍ଶାଯାଇ କୋର୍ଟ ପକ୍ଷରୁ ହାଜର ହେବାକୁ ନୋଟିସ୍ ଯାଇଥିଲା । ଏହି ମାମଲାରେ ଇଡି ଚାର୍ଜଶିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଥିଲା। କିନ୍ତୁ ବର୍ତ୍ତମାନ ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ କେନ୍ଦ୍ର ରେଳ ମନ୍ତ୍ରୀ ରହିଥିଲେ । ସେହି ସମୟରେ ଚାକିରୀ ବଦଳରେ ଜମି ଘୋଟାଲାରେ ଲାଲୁଙ୍କ ବଡ ହାତ ଥିବା ଅଭିଯୋଗ ହୋଇଥିଲା । ଭାରତୀୟ ରାଳ ବିଭାଗରେ ବିଭିନ୍ନ ଜୋନରେ ଅନେକ ଲୋକଙ୍କୁ ଚାକିରୀ ମିଳିଥିଲା । ଚାକିରୀ ବଦଳରେ ସାମନଙ୍କ ଠାରୁ ଜମି ଆଣି ଲାଲୁଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାଁରେ କରାଯାଉଥିଲା ।

Leave A Reply

Your email address will not be published.