Latest Odisha News

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ଠିକାଦାରଙ୍କ ଠାରୁ ବକେୟା ବିଲ କରିବା ପାଇଁ ସେ ୪୬ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଖବର ମୁତାବକ, ଦେବରଞ୍ଜନ ତ୍ରିପାଠୀ ନାମକ ଜଣେ ଠିକାଦାର ତାଙ୍କର ବକେୟା ବିଲ୍ ପାଇଁ ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ ପଖକୁ ଯାଇଥିଲେ । ଏନେଇ ଯନ୍ତ୍ରୀ ଜଣଙ୍କ ତାଙ୍କୁ ୪୬ ହଜାର ଟଙ୍କା ମାଗିଥିଲେ । ଏନେଇ ଦେବରଞ୍ଜନ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ମୁତାବକ ଠିକାଦାର ଦେବରଞ୍ଜନ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କୁ ଟଙ୍କା ଦେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ । ସମ୍ୱଲପୁର ଭିଜିଲାନ୍ସ ନିର୍ଦ୍ଦେଶକ୍ରମେ ଏହି ଚଢାଉ ହୋଇଥିବାବେଳେ ବର୍ତ୍ତମାନ କାର୍ଯ୍ୟାଳୟ, ସରକାରୀ ବାସ ଭବନ, ପୁରୀ ଓ ଭୁବନେଶ୍ୱର ଶୈଳଶ୍ରୀ ବିହାର ଆଦି ଘରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.