Latest Odisha News

ଝାଡ଼ଖଣ୍ଡର ସୁରକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ରାଞ୍ଚି: ଝାଡ଼ଖଣ୍ଡକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ତଥା ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ । ସେ କହିଛନ୍ତି ଝାଡଖଣ୍ଡରେ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି) ଲାଗୁ ହେବ ।

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଛନ୍ତି । ତେଣୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଏନଆରସି ଅଧୀନରେ ନାଗରିକତ୍ୱର ଏକ ରେଜିଷ୍ଟର ସୃଷ୍ଟି ହେବ ଏବଂ ବିଦେଶୀ ଅନୁପ୍ରବେଶକାରୀଙ୍କୁ ଚୟନକରି ବହିଷ୍କାର କରାଯିବ ବୋଲି ସେ କହିଛନ୍ତି ।

ଶ୍ରୀ ଚୌହାନ କହିଛନ୍ତି, ଆମେ ରୁଟି, ମାଟି ଓ ବେଟିଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁ ଝାଡଖଣ୍ଡର ଜନସଂଖ୍ୟା ବଦଳୁଛି । ସନ୍ଥଲ ପରଗଣାରେ ଆଦିବାସୀ ଜନସଂଖ୍ୟା ୪୪ ପ୍ରତିଶତରୁ ୨୮ ପ୍ରତିଶତକୁ ହ୍ରାସ ପାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁ ହିନ୍ଦୁ ଜନସଂଖ୍ୟା ମଧ୍ୟ ପ୍ରଭାବିତ ହୋଇଛି ।

ସେ ଅଭିଯୋଗ କରିଛନ୍ତି ଯେ, ଭୋଟ୍ ବ୍ୟାଙ୍କ ପ୍ରତି ଲୋଭ ଯୋଗୁ ହେମନ୍ତ ସୋରେନ ଏବଂ ତାଙ୍କ ମିଳିତ ସରକାର ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଶିବରାଜ କହିଛନ୍ତି ।

ଚଳିତ ବର୍ଷ ଶେଷରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥର ବିଜେପି କ୍ଷମତା ହାସଲ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ।

Leave A Reply

Your email address will not be published.