Latest Odisha News

BREAKING NEWS

ଛତିଶା ନିଯୋଗ ବୈଠକ, ନିର୍ଘଣ୍ଟ ହେବ କାର୍ତ୍ତିକ ମାସର ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।‌ କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ହେବ ଆଲୋଚନା।

ସୂଚନା ଅନୁସାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେବେ। ବାଳଧୂପ ନୀତିକାନ୍ତି କିଭଳି ସଠିକ ସମୟରେ ସମ୍ପନ୍ନ ହେବ ସେ ଉପରେ ଫୋକସ ରହିବ। ସେହିପରି ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ସହ ରାମ୍ପ ସିଷ୍ଟମ ମାଧ୍ୟମରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଓବିସିସିକୁ ଦାୟୁତ୍ୱ ଦିଆଯିବ।

କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବ। ଏଥିସହ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ବିସ୍ତୃତ ଆଲୋଚନା ହେବ। ଅନ୍ୟପଟେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପରେ ପ୍ରବଳ ଭକ୍ତଙ୍କ ସମାଗମ ହେଉଥିବାରୁ ଦର୍ଶନ ବ୍ୟବସ୍ଥାରେ କିଭଳି ଶୃଙ୍ଖଳା ଆସିବ ସେନେଇ ମଧ୍ୟ ଆଲୋଚନା ହେବ। ସେହିପରି ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।

Leave A Reply

Your email address will not be published.