Latest Odisha News

BREAKING NEWS

ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିର ମୂଲ୍ୟାଙ୍କନ ନିମନ୍ତେ ସୁପ୍ରିମୋକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି, ଶ୍ରୀ ମନ୍ଦିର ପରିଚାଳନା କମିଟି ରତ୍ନ ଭଣ୍ଡାରକୁ ଖୋଲିବାକୁ ସୋମବାର ଦିନ ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ।

ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁସାରେ ସୁପ୍ରିମୋକୋର୍ଟରେ ଏକ ରିପୋର୍ଟ ପୈଠ କରାଯିବ ବୋଲି କହିଛନ୍ତି ସେ କହିଛନ୍ତି।

ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର ରତ୍ନ ଭଣ୍ଡାର ଖୋଲିବାକୁ ଦାବିର ନୀତି ପ୍ରଶାସକ ଏହି ଉତ୍ତର ରଖିଛନ୍ତି।

ଆସନ୍ତା ଡିସେମ୍ବର ୮ ତାରିଖରେ ସୁପ୍ରିମୋକୋର୍ଟରେ ହେବାକୁ ଥିବା ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନ ଏସମ୍ପର୍କରେ ନିଜର ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

Comments are closed.