Latest Odisha News

BREAKING NEWS

ବିଜୟର ସ୍ବାଦ ଚଖାଇଲେ ଭିନେଶ: ପ୍ରଥମ ଥର କଂଗ୍ରେସ ହାତକୁ ଗଲା ଜୁଲାନା

ନୂଆଦିଲ୍ଲୀ: କଂଗ୍ରେସ ହାତକୁ ଗଲା ଜୁଲାନା ଗଡ । ବିଧାୟିକା ହେଲେ ଅଲମ୍ପିଆନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ଆଜି ଫଳାଫଳ ବାହାରୁଥିବା ବେଳେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ଭାବେ ହରିୟାଣା ଜିନ୍ଦ ଜିଲ୍ଲା ଜୁଲାନା ନିର୍ବାଚନ ମଣ୍ଡଳୀର କୁସ୍ତିରେ ବିଜୟୀ ହୋଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ । ୬୫ ହଜାର ୮୦ ଭୋଟ ହାସଲ କରି ବିଜେପିର ଯୋଗେଶ କୁମାରଙ୍କୁ ପଛରେ ପକାଇଛନ୍ତି । ତେବେ ଗତ ୧୫ ବର୍ଷରେ ପ୍ରଥମ ଥର ପାଇଁ ଜୁଲାନା ଗଡ କଂଗ୍ରେସ ଖାତାକୁ ଯାଇଛି ।

ତେବେ କଂଗ୍ରେସ ଗୋଟେ ଦଶକ ପରେ ପୁଣି ହରିୟାଣା ସତ୍ତାକୁ ଫେରିବାକୁ ଆଶା ରଖିଥିବା ବେଳେ ଏବେ ହ୍ୟାଟ୍ରିକ ଲକ୍ଷ୍ୟରେ ବିଜେପି । ବର୍ତ୍ତମାନ ବିଜେପି ୫୦ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪ ସିଟରେ ପଛରେ ରହିଛି ।

Leave A Reply

Your email address will not be published.