Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ଅଘଟଣ..

ପାରାଦୀପ: ପାରାଦୀପ ବନ୍ଦରର ଏମପିବି ବର୍ଥରେ ଅଘଟଣ । ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଛିଡି ପଡିଛି । ଫଳରେ ଅପରେଟର ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ କ୍ରେନଟି ଏକ ବିଦେଶୀ ଜାହାଜ ‘ଏମଭି ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା । ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତାରୁ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

ଅଘଟଣ ପରେ ଜାହଜରୁ ଅନଲୋଡିଂ ବନ୍ଦ ରହିଛି । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.