Latest Odisha News

BREAKING NEWS

ନବରାତ୍ରୀ ବ୍ରତରେ ପ୍ରଚୁର ଶକ୍ତି ଦେବ ଏହି ସାତ୍ତ୍ବିକ ଖାଦ୍ୟ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଭୁବନେଶ୍ବର: ଚାଲିଛି ନବରାତ୍ରୀ । ଏହି ନଅ ଦିନିଆ ପର୍ବରେ ଭକ୍ତମାନେ ମାଆ ଦୁର୍ଗାଙ୍କୁ ନଅ ପ୍ରକାର ପୂଜା କରନ୍ତି । ଏହା ସହିତ ଅନେକ ଭକ୍ତ ମଧ୍ୟ ନଅ ଦିନ ଉପବାସ ପାଳନ କରନ୍ତି । ଏହି ଅବଧିରେ ପିଆଜ ଏବଂ ରସୁଣ ଖାଦ୍ୟ ଖାଇବା ନିଷେଧ । ଏପରି ପରିସ୍ଥିତିରେ ଭକ୍ତମାନେ ଫଳ ଓ ସାତ୍ତ୍ବିକ ଆହାର ଖାଇଥାନ୍ତି । ଯଦି ଆପଣ ମଧ୍ୟ ଉପବାସ କରୁଛନ୍ତି ଏବଂ କିଛି ନୂଆ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ‘ନଡ଼ିଆ ଲଡୁ’ର ରେସିପି ଆଣିଛୁ । ଉପବାସ ସମୟରେ ଆପଣଙ୍କୁ ପ୍ରଚୁର ଶକ୍ତି ଦେବାରେ ସହାୟକ ହେବ ଏହି ଲଡୁ ।

ପ୍ରସ୍ତୁତି ପ୍ରଣାଳୀ:-

ନଡ଼ିଆ ଲଡୁ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ୨ଟି ଟେବୁଲ୍ ଚାମଚ ଘିଅ ପକାଇ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ କଟା ବାଦାମ, କାଜୁ, ଅଖରୋଟ ଏବଂ କିସମିସ୍ ପକାଇ କମ୍ ଆଞ୍ଚରେ ଭାଜନ୍ତୁ ।

ସମସ୍ତ ଡ୍ରାଏ ଫ୍ରୁଟସ ଗୁଡିକ ଭାଜିବା ପରେ, ପ୍ୟାନରୁ ବାହାର କରି ଅଲଗା ରଖନ୍ତୁ । ବର୍ତ୍ତମାନ ପୁଣି ଥରେ ପ୍ୟାନରେ ୨ ଚାମଚ ଘିଅ ମିଶାଇ ୪ କପ୍ କୋରା ନଡ଼ିଆ ପକାଇ ଭାଜନ୍ତୁ । ମନେରଖନ୍ତୁ ଯେ ନଡ଼ିଆକୁ କମ୍ ଆଞ୍ଚରେ ନିଆର ବାସ୍ନା ବାହାରିବା ପର୍ଯ୍ୟନ୍ତ ଭାଜିବାକୁ ପଡିବ ।

ନଡ଼ିଆକୁ ଭାଜିବା ପରେ ସେଥିରେ ୨ କପ୍ ଗୁଡ ପକାଇ ଭଲ ଭାବେ ତରଳିଯିବା ପର୍ଯ୍ୟନ୍ତ ଏହାକୁ ମିଶାନ୍ତୁ । ବର୍ତ୍ତମାନ ନଡ଼ିଆ ଏବଂ ଗଡର ମିଶ୍ରଣରେ ସମସ୍ତ ଭଜାଯାଇଥିବା ଡ୍ରାଏ ଫ୍ରୁଟ୍ ଏବଂ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ସବୁକିଛି ଭଲ ଭାବରେ ମିଶାନ୍ତୁ ।

ଭଲ ଭାବରେ ମିଶ୍ରଣ କରିବା ପରେ ଗ୍ୟାସ ବନ୍ଦ କରି ଥଣ୍ଡା ହେବାକୁ ଛାଡିଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଆଫଣ ହାତରେ ଅଳ୍ପ ଘିଅ ଲଗାନ୍ତୁ, ଏହାପର ହାତରେ ଲଡୁ ପ୍ରସ୍ତୁତ କରନ୍ତୁ ।

Leave A Reply

Your email address will not be published.