Latest Odisha News

BREAKING NEWS

ବାବା ସିଦ୍ଦିକ୍‌ ହତ୍ୟା ଘଟଣା: ବଲିଉଡ ତାରକାଙ୍କ ଚିନ୍ତା

ନୂଆଦିଲ୍ଲୀ: ଏନ୍‌ସିପିର ବରିଷ୍ଠ ନେତା ବାବା ସିଦ୍ଦିକ୍‌ଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଛି । ବାବା ସିଦ୍ଦିକ୍‌ଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲେ ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ହତ୍ୟା ମାମଲାରେ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଏବେବି ଫେରାର ଅଛି । ଅନ୍ୟପଟେ ଏହି ଘଟଣା ପରେ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ତେବେ କହିରଖୁଛୁ ଯେ, ବାବା ସିଦ୍ଦିକ୍‌ ରାଜନୀତିରେ ସକ୍ରିୟ ରହିବା ସହ ଅନେକ ବଲିଉଡ ତାରକାଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଥିଲା। ତାଙ୍କ ହତ୍ୟା ପରେ ଏବେ ପରିଚିତ ତାରକା ମାନେ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ଅଭିଯୁକ୍ତକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଅଭିନେତା ରିତେଶ ଦେଶମୁଖ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ବାବା ସିଦ୍ଦିକ୍‌ଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ନିଜର କଷ୍ଟ ପ୍ରକାଶ କରିବାକୁ ମୋ ପାଖେ କୌଣସି ଶବ୍ଦ ନାହିଁ । ଏହି କଠିନ ସମୟରେ ସିଦ୍ଦିକ୍‌ଙ୍କ ପରିବାରକୁ ସାହାସ ମିଳୁ । ଯେଉଁମାନେ ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସେମାନଙ୍କୁ ଉଚିତ୍ ଦଣ୍ଡ ଦିଆଯିବା ଉଚିତ୍।

ସେପଟେ ବାବା ସିଦ୍ଦିକ୍‌ଙ୍କୁ ହତ୍ୟା ଖବର ପାଇବା ପରେ ନିଜର ସୁଟିଂ ବାତିଲ କରି ସିଦ୍ଦିକ୍‌ଙ୍କୁ ଦେଖିବା ପାଇଁ ହସପିଟାଲରେ ପହଞ୍ଚିଥିଲେ ଭାଇଜାନ ସଲମାନ ଖାନ । ସଲମାନଙ୍କ ପୂର୍ବରୁ ସଂଜୟ ଦତ୍ତ, ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା ମଧ୍ୟ ହସପିଟାଲରେ ପହଞ୍ଚିଥିଲେ।

 

Leave A Reply

Your email address will not be published.