Latest Odisha News

BREAKING NEWS

ଅନୁଭବଙ୍କ ‘କର୍ମ’ର କଲେକ୍ସନ…ଏମିତି କେବେ ହୋଇନଥିଲା!

ଭୁବନେଶ୍ବର: ବକ୍ସ ଅଫିସରେ ଜବରଦସ୍ତ ରୋଜଗର କରୁଛି ଓଡ଼ିଆ ସିନେମା ‘କର୍ମ’ । ଫିଲ୍ମଟି ରିଲିଜ ହେବାର ମାତ୍ର ତିନି ଦିନ ମଧ୍ୟରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିଛି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ ଟି ଗୋଟିଏ ଦିନରେ ୩୭ ଲକ୍ଷ ଟଙ୍କା କଲେକ୍ସନ କରିଛି । ଯାହା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ।

ତେବେ କର୍ମ କୁ ଦେଖିବାର ଓଡିଶା ବ୍ୟତୀତ ବେଙ୍ଗାଲୁରୁ ଓ ମୁମ୍ବାଇ ଭଳି ସହରରେ ମଧ୍ୟ ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀକୁ ସବୁ ମହଲର ଦର୍ଶକ ବେଶ୍ ପସନ୍ଦ କରିଥିବା ଜଣାପଡ଼ିଛି ।

ଅନେକ ଦିନ ହେବ ଓଡ଼ିଆ ସିନେମାକୁ ନେଇ ଦର୍ଶକଙ୍କ ଅନେକ ଅଭିଯୋଗ ରହି ଆସିଥିଲା । ଏପରି ଅଭିଯୋଗକୁ ଆଗକୁ ଦୂର କରିବା ପ୍ରୟାସ ଚାଲିଛି ବୋଲି କର୍ମ ଟିମ୍ କହିଛନ୍ତି । ସେହିପରି କର୍ମ ଫିଲ୍ମକୁ ଓଲିଉଡର ସମସ୍ତ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ମହଲରେ ଖୁବ୍ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.