Latest Odisha News

ଜୀବନକୁ ଖାତିର ନକରି ଭୟଙ୍କର ରିଲ୍ ପ୍ରସ୍ତୁତ କଲେ ମହିଳା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ, ରିଲ୍ କରିବାର ନିଶା ସମସ୍ତଙ୍କୁ ଘାରିଛି । ପ୍ରତ୍ୟେକ ଦିନ ଲୋକମାନେ ନିଜକୁ ପ୍ରସିଦ୍ଧ କରିବା ପାଇଁ ବିଭିନ୍ନ ପ୍ରକାରର ରିଲ୍ ତିଆରି କରୁଛନ୍ତି । ବେଳେବେଳେ ଏହା ଦେଖିବା ଉତ୍ସାହଜନକ ହୋଇଥିବାବେଳେ, ଅନେକ ସମୟରେ ନିଜ ଜୀବନକୁ ଖାତିର ନକରି ଏପରି ଭିଡିଓ ତିଆରି କରିଥାନ୍ତି ଯାହାଦ୍ବାରା ଅନେକ ମୃତ୍ୟୁ ମୁଖରେ ପଡିବା ସହ ବହୁ ହଇରାଣ ମଧ୍ୟ ହୋଇଥାନ୍ତି । ଏହିପରି ଗୋଟିଏ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଦେଖିବା ପରେ, ଆପଣ ସମସ୍ତେ ବୁଝିଯିବେ ଯେ ଲୋକମାନେ ରିଲ୍ ପାଇଁ ମଧ୍ୟ ଜୀବନ ହରାଇବାକୁ ପ୍ରସ୍ତୁତ ।

ଯଦି ଦେଖାଯାଏ ଷ୍ଟଣ୍ଟ କରିବା କିଛି ଖରାପ ଜିନିଷ ନୁହେଁ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଷ୍ଟଣ୍ଟ ନାମରେ ନିଜ ଜୀବନକୁ ବିପଦରେ ପକାଇଥାନ୍ତି । ବର୍ତ୍ତମାନ ଜଣେ ମହିଳାଙ୍କ ଭିଡିଓ ଦେଖନ୍ତୁ, ଯେଉଁଠାରେ ମହିଳା ଜଣକ ଏକ ରିଲ୍ ତିଆରି କରିବା ପାଇଁ ଏକ ବଡ଼ ପାହାଡ ଉପରେ ବସିଛନ୍ତି । ଯଦି ଟିକିଏ ସନ୍ତୁଳନ ହରାଇଦିଅନ୍ତି, ତେବେ ଏହି ରିଲ୍ ସୁଟ୍ ଏକ ବଡ ଦୁର୍ଘଟଣାରେ ପରିଣତ ହୋଇଯାଇଥାନ୍ତା, କିନ୍ତୁ ତାଙ୍କୁ ଦେଖି ଲାଗୁଛି ସେ ଏଥିପାଇଁ ଭୟଭୀତ ନୁହଁନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ମହିଳା ଜଣକ ଏକ ଉଚ୍ଚ ପାହାଡର ଧାରରେ ବସି ସେଠାରେ ଏକ ରିଲ୍ ତିଆରି କରୁଛନ୍ତି । ମହିଳା ବସିଥିବା ପାହାଡର ଶେଷ ଅତ୍ୟନ୍ତ ବିପଜ୍ଜନକ ଦେଖାଯାଉଛି ଏବଂ ତଳେ ଏକ ଗଭୀର ଖାଲ ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ଏହା ସତ୍ତ୍ବେ ମହିଳା ଜଣଙ୍କ ବେଧଡକ ଖୁସିରେ ପୋଜ୍ ଦେଇଚାଲିଛନ୍ତି ଏବଂ ଭିଡିଓ ସୁଟ୍ କରୁଛନ୍ତି ।ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓ ‘ଏକ୍ସ’ ରେ @NeverteIImeodd ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଏହି ଖବର ଲେଖିବା ପର୍ଯ୍ୟନ୍ତ, ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଛନ୍ତି ଏବଂ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଲୋକମାନେ ଏପରି ମୂର୍ଖ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ କାରଣ ମୃତ୍ୟୁ ହେବାର ଆଶଙ୍କା ଅଛି।’

Leave A Reply

Your email address will not be published.