Latest Odisha News

ଦିବଙ୍ଗତ ରତନ ଟାଟାଙ୍କୁ ଭାରତର ସୁପୁତ୍ର କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରିଥିବା ବାର୍ତ୍ତାରେ ନେତାନ୍ୟାହୁ ଲେଖିଛନ୍ତି, ଦୟାକରି ରତନଙ୍କ ପରିବାରକୁ ମୋର ସମବେଦନା ଜଣାଇବେ । ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁକୁ ନେଇ ବେଞ୍ଜାମିନ୍ ନେତାନ୍ୟାହୁ ଜଣାଇଛନ୍ତି ଗଭୀର ସମବେଦନା।  ପ୍ରକାଶଥାଉକି, ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଙ୍କ ବୁଧବାର ସନ୍ଧ୍ୟାରେ ମୁମ୍ବାଇର ଏକ ଡାକ୍ତରଖାନାରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହା ପରେ ସାରା ବିଶ୍ୱରୁ ତାଙ୍କ ପାଇଁ ସମବେଦନା ଆସୁଛି । ଟାଟାଙ୍କ ଦେହାନ୍ତରେ ସିଙ୍ଗାପୁର ସହିତ ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ଗଭୀର ସମବେଦନା ଜଣାଇଛନ୍ତି ।

ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ବୋଧିତ କରିଥିବା ଏହି ପୋଷ୍ଟରେ ଇସ୍ରାଏଲ ସହ ଭାରତ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ରତନ ଟାଟାଙ୍କ ଅବଦାନ ଥିବା ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ମୁଁ ଏବଂ ଇସ୍ରାଏଲର ଅଗଣିତ ଲୋକ ଭାରତର ମହାନ ପୁତ୍ର ରତନ ନାଭାଲ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛୁ। ଏହାପୂର୍ବରୁ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ ରତନ ଟାଟାଙ୍କୁ ତାଙ୍କ ଦେଶର ପ୍ରକୃତ ବନ୍ଧୁ ବୋଲି କହିଥିଲେ ।

Leave A Reply

Your email address will not be published.