Latest Odisha News

କର୍ଣ୍ଣାଟକରେ ମୁଦା ସ୍କାମ: ଜମି ଫେରାଇବେ ଖଡଗେ ପରିବାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଳିଛି  ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମ। ଜମି ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଏପରି ଜମି ଆବଣ୍ଟନ କରାଯାଇଥିଲା। ଏହାର ମାଲିକାନା ଖଡଗେଙ୍କ ପରିବାର ଲୋକଙ୍କ ପାଖରେ ରହିଛି। ଏହି ଜମିକୁ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ରାହୁଲ ଏମ ଖଡେଗଙ୍କୁ ଦିଆଯାଇଥିଲା।

ସୂଚନା ଅନୁସାରେ, କର୍ଣ୍ଣାଟକ କଂଗ୍ରେସ ସରକାର ରାହୁଲଙ୍କ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ୫ ଏକର ଜମି ଦେଇଥିଲା। କେଆଇଏଡିବି ପକ୍ଷରୁ ହାଇଟେକ ଡିଫେନ୍ସ ପାର୍କ ପାଇଁ ରହିଥିବା ୪୫.୯୪ ଏକର ଜମି ମଧ୍ୟରୁ ୫ ଏକର ଜମି ଏହି ଟ୍ରଷ୍ଟକୁ ଦିଆଯାଇଥିଲା । ଏହି ଜମି ଆବଣ୍ଟନକୁ ବିରୋଧ କରିଥିଲା ବିଜେପି। କଂଗ୍ରେସ ସରକାର କ୍ଷମତାର ଅପବ୍ୟବହାରଏପରି କରିଥିବା ବିଜେପି ନେତା ଅମିତ ମାଲବ୍ୟ ଆରୋପ ଲଗାଇଥିଲେ। ଏସସି କୋଟା ଅଧୀନରେ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ୫ ଏକର ଜମି ଦିଆଯାଇଥିଲା। ଏହି ଟ୍ରଷ୍ଟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ତାଙ୍କ ଜ୍ୱାଇଁ  ରାଧାକ୍ରିଷ୍ଣନ ଥିବାବେଳେ, ରାହୁଲ ଏହାର ଟ୍ରଷ୍ଟୀ। ଏନେଇ  ରାଜ୍ୟ ଲୋକାୟୁକ୍ତରେ କର୍ଣ୍ଣାଟକର ଶିଳ୍ପମନ୍ତ୍ରୀ ଏବି ପାଟିଲଙ୍କ ବିରୋଧରେ ମାମଲା କରିବାକୁ ମଧ୍ୟ ଦାବି କରାଯାଇଛି।ତେବେ ଗୋଟିଏ ସ୍ୱଚ୍ଛ ସିଙ୍ଗଲ ୱିଣ୍ଡୋ ଜରିଆରେ ଯୋଗ୍ୟ ଲୋକଙ୍କୁ ଜମି ଦିଆଯାଇଥିବା ମନ୍ତ୍ରୀ ପାଟିଲ କହିଛନ୍ତି।

 

Leave A Reply

Your email address will not be published.