Latest Odisha News

ହଟିଲା ରାଷ୍ଟ୍ରପତି ଶାସନ: ଫିଟିଲା ନୂତନ ସରକାର ଗଠନର ବାଟ

ନୂଆଦିଲ୍ଲୀ: ଦୀର୍ଘ ୬ବର୍ଷ ପରେ ଜାମ୍ମୁ-କାଶ୍ମୀରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତକାଲି ରାଷ୍ଟ୍ରପତି ଶାସନ ହଟାଯିବା ପରେ ଏବେ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଜାମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଥିବା ମେହବୁବା ମୁଫ୍ତି ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଫଳରେ ସରକାର ଭାଙ୍ଗିଯାଇଥିଲା। ସେବେଠାରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଯାହାକୁ ଏବେ ହଟେଇଛନ୍ତି କେନ୍ଦ୍ର ସରକାର।

୨୦୧୯ ଅଗଷ୍ଟ ୫ତାରିଖରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ସଂସଦରେ ପାରିତ ହୋଇଥିଲା। ଏଥିସହ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଧାରା ୩୭୦ ମଧ୍ୟ ଏହି ଦିନ ରଦ୍ଦ କରାଯାଇଥିଲା। ଏହାପରେ ପୂର୍ବବର୍ତ୍ତୀ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ(ଜାମ୍ମୁ-କାଶ୍ମୀର ଏବଂ ଲଦାଖ)ରେ ବିଭକ୍ତ କରାଯିବା ପରେ ଅକ୍ଟୋବର ୩୧, ୨୦୧୯ରେ ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପରି ଶାସନ ଲାଗୁ କରାଯାଇଥିଲା । ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ତାଙ୍କ ଇସ୍ତଫା ପରେ ଜୁନ୍ ୨୦୧୭ରୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ନିୟମ କାର୍ଯ୍ୟକାରୀ ହୋଇଥିଲା। ସେତେବେଳେ ବିଜେପି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତୃତ୍ୱାଧୀନ ସରକାରଙ୍କ ସମର୍ଥନ ପ୍ରତ୍ୟାହାର କରିନେଇଥିଲା।

ଦୀର୍ଘ ୧୦ ବର୍ଷ ପରେ ଚଳିତବର୍ଷ ଜାମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଥିଲା । ଏନ୍‌ସି ମେଣ୍ଟକୁ ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଥିଲା । ତେବେ ଆସନ୍ତା ୧୬ ତାରିଖରେ ଏନ୍‌ସି ମେଣ୍ଟ ସରକାର ଶପଥ ଗ୍ରହଣ କରିବା ନେଇ ସୂଚନା ମିଳିଛି ।

 

Leave A Reply

Your email address will not be published.