Latest Odisha News

ଚନ୍ଦ୍ରଯାନ-୩ର କିଛି ଐତିହାସିକ ମୁହୂର୍ତ୍ତ: ବର୍ଷକ ପରେ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଅଗଷ୍ଟ ୨୩, ୨୦୨୩ ଏକ ଐତିହାସିକ ଦିନ । ଦକ୍ଷିଣ ମେରୁରେ ପାଦ ଥୋଇ ଚନ୍ଦ୍ରକୁ ପଢିଥିଲା ଭାରତ । ସେ ସମୟର କିଛି ଭିଡିଓ ପୁଣି ସେ ମୁହୂର୍ତ୍ତକୁ ଜୀବନ୍ତ କରିଛି । ଚନ୍ଦ୍ରଯାନ-୩ ମିଶନର ବର୍ଷକ ପରେ ସାମ୍ନାକୁ ଆସିଛି ଏହାର ଆଉ କିଛି ନୂଆ ଭିଡିଓ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସେତେବେଳେ ଦେଖାଇଥିବା ଆଉ କିଛି ଐତିହାସିକ କାରନାମାର ଭିଡିଓ ଜାରି କରିଛି ଇସ୍ରୋ ।

ଯେଉଁଥିରେ ହପ୍ ଏକ୍ସପେରିମେଣ୍ଟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ରାମ୍ପ ବନ୍ଦ କରୁଛି । ଆଉ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସକ୍ରିୟ ଥିବାର ନଜର ଆସୁଛନ୍ତି ।

ତେବେ କହିରଖୁଛୁ, ୧୪ ଜୁଲାଇ ୨୦୨୩ରେ ଚନ୍ଦ୍ରୟାନ-୩ ମିଶନ ଆରମ୍ଭ କରାଯାଇଥିଲା। ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ ୩ । ଏଭଳି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ହୋଇପାରିଛି। ଏହାପୂର୍ବରୁ ଚୀନ୍, ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଏହି ସଫଳତା ହାସଲ କରିଥିଲେ। ।

Leave A Reply

Your email address will not be published.