Latest Odisha News

BREAKING NEWS

ଗୋଶାଳା ସଫା କଲେ କ୍ୟାନସରରୁ ମୁକ୍ତି ମିଳିବ

ଲକ୍ଷ୍ନୌ: ଗୋଶାଳା ତଥା ଗାଈ ଗୁହାଳ ସଫା କଲେ କ୍ୟାନସରରୁ ମୁକ୍ତି ମିଳିବ। ୟୁପି ସରକାରୀ ମନ୍ତ୍ରୀ ସଞ୍ଜୟ ସିଂ ଗାଙ୍ଗୱର ପିଲିବିତରେ ଏକ ଗୋଶାଳା ଉଦଘାଟନ ସମୟରେ ଏଭଳି ଅଜବ ବିବୃତ୍ତି ଦେଇଛନ୍ତି। ଗାଈଙ୍କ ସେବା କରିବା ଦ୍ବାରା ବିପି ଏବଂ କର୍କଟ ଭଳି ରୋଗ ଭଲ ହୋଇଯାଏ ବୋଲି ରାଜ୍ୟ ମନ୍ତ୍ରୀ ଦାବି କରିଛନ୍ତି। ତାଙ୍କର ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପିଲିବିତର ନାଉଗାୱା ପାକଡିଆ ନଗର ପଞ୍ଚାୟତରେ ୫୫ଲକ୍ଷ ଟଙ୍କା ବ୍ୟୟରେ କାହ୍ନା ଗୋଶାଳା ନିର୍ମାଣ କରାଯାଇଛି। ଏହି ଗୋଶାଳାର ଉଦଘାଟନ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ସଞ୍ଜୟ ସିଂ ଗାଙ୍ଗୱାର ରବିବାର ଦିନ ପହଞ୍ଚିଥିଲେ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଯଦି ଗୋଟିଏ ଗାଈର ପିଠିକୁ ସକାଳ ଓ ସନ୍ଧ୍ୟାରେ ୧୦ ଦିନ ଧରି ଆଉଁସୁଛନ୍ତି। ତେବେ “ଏପରି କରିବା ଦ୍ୱାରା ୨୦ମିଲିଗ୍ରାମ ରକ୍ତଚାପ ଔଷଧ ଖାଉଥିଲେ, ଏହା ୧୦ ମିଲିଗ୍ରାମକୁ ଖସି ଆସିବ। ମାତ୍ର ୧୦ ଦିନ ମଧ୍ୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ।”

ଗାଈଙ୍କ ସେବା, ସେମାନଙ୍କୁ ସଫାସୁତୁରା ଏବଂ ଗୋଶାଳାରେ ସମୟ ବିତାଇଲେ ମଧ୍ଯ କର୍କଟ ଭଳି ରୋଗ ମଧ୍ୟ ଭଲ ହୋଇପାରିବ।

 

Leave A Reply

Your email address will not be published.