Latest Odisha News

BREAKING NEWS

ଟ୍ରେନ୍ ଚକା ତଳେ ଗଲା ଛୁଆ ହାତୀର ଜୀବନ

ରାଉରକେଲା: ହାତୀ ଘଉଡାଇବା ବେଳେ ଟ୍ରେନ୍ ଚକା ତଳେ ଗଲା ଛୁଆ ହାତୀର ଜୀବନ। ରାଉରକେଲା ବନ୍ଧମୁଣ୍ଡା ଆର୍ କେବିନ୍ ନିକଟରେ ଏହି ଅଘଟଣ ଘଟିଛି। ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ହାତୀ ଆହତ ହୋଇଛି । ଖବରପାଇ ରାଉରକେଲା ବନ ଵିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ୨୫ଟିକିଆ ହାତୀପଲ ବନ୍ଧୋମୁଣ୍ଡା ଅଞ୍ଚଳକୁ ପଶି ଆସିଥିଲେ। ହାତୀ ପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଟର୍ଚ ଲାଇଟ୍ ମାରି ଘଉଡ଼ାଉଥିଲେ। ଭୟରେ ହାତୀପଲ ଟ୍ରେନ୍ ଲାଇନ୍ ଆଡକୁ ଦୌଡୁଥିବା ବେଳେ ଏକ ମାଲବାହୀ ଟ୍ରେନ୍ ଆସି ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ କିଛି ହାତୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରେଳ ଲାଇନ ନିକଟରେ ଛୁଆ ହାତୀର ମୃତଦେହ ରହିଥିବା ବେଳେ ଆଜି ଛୁଆ ହାତୀର ମୃତଦେହ ବ୍ୟବଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 

Leave A Reply

Your email address will not be published.