Latest Odisha News

BREAKING NEWS

କଳା କି ନାଲି ନୁହେଁ, ପ୍ରଥମେ ଏହି ରଙ୍ଗର ବିକ୍ରି ହେଉଥିଲା କୋକାକୋଲା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି। ଗ୍ରୀଷ୍ମ ଋତୁ ହେଉ କି ଅନ୍ୟ କେଉଁ ଋତୁ ଏହି ମୃଦୁ ପାନୀୟ ସବୁବେଳେ ଲୋକଙ୍କ ପସନ୍ଦ । ଏହା ଆମକୁ ତୁରନ୍ତ ଶୀତଳତାର ଅନୁଭବ ଦେଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଭଲ। ସେଥିମଧ୍ୟରୁ କୋକାକୋଲା ହେଉଛି ଏପରି ଏକ ବ୍ରାଣ୍ଡ ଯାହାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି l କିନ୍ତୁ ଏହି କୋକାକୋଲାର ଇତିହାସ ହୁଏତ ଖୁବ୍ କମ୍ ଲୋକ ଜାଣନ୍ତି l କୋକାକୋଲାର ପ୍ରକୃତ ରଙ୍ଗ କିପରି l ଏହା କଳା ନା ନାଲି l ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋକାକୋଲା, ଯାହାକୁ ଆମେ ଆଜି ନାଲି ରଙ୍ଗର ଦେଖୁଛେ ଏହା ପୂର୍ବରୁ ସବୁଜ ରଙ୍ଗର ଥିଲା l ବାସ୍ତବରେ, ଯେତେବେଳେ କୋକାକୋଲା ତିଆରି ଆରମ୍ଭ ହେଲା ସେତେବେଳେ ଏଥିରେ କୋକା ପତ୍ର ବ୍ୟବହାର କରାଯାଉଥିଲା l ଏହି ପତ୍ରଗୁଡ଼ିକ ହେତୁ କୋକାକୋଲା ରଙ୍ଗ ସବୁଜ ଥିଲା l ଧୀରେଧୀରେ ସମୟ ସହିତ କୋକାକୋଲା ପ୍ରସ୍ତୁତିର ପ୍ରଣାଳୀ ପରିବର୍ତ୍ତନ କରାଯାଇଥିଲା l ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ନାଲି ରଙ୍ଗ ବ୍ୟବହାର କରାଗଲା l

ତେବେ କହିରଖୁଛୁ ଯେ, ନାଲି ରଙ୍ଗ ହେଉଛି ଏକ ଏପରି ରଙ୍ଗ ଯାହା ଅତି ସହଜରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥାଏ l ତେଣୁ ଏହାର ଉତ୍ପାଦକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋକାକୋଲା କମ୍ପାନୀ ନାଲି ରଙ୍ଗ ବାଛିଲା l ସେପଟେ ଆଜିକାଲି କୋକାକୋଲା କେବଳ ତାର ନାଲି ରଙ୍ଗ ପାଇଁ ଜଣାଶୁଣା l ଏହି ରଙ୍ଗ ଏବେ କମ୍ପାନୀର ବ୍ରାଣ୍ଡ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି l ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ମଧ୍ୟ କମ୍ପାନୀ ସହିତ ଜଡିତ ଲୋକମାନେ କୋକାକୋଲାର ଫର୍ମୁଲା ଜାଣନ୍ତିନାହିଁ l ଏହାର ଫର୍ମୁଲାକୁ ଆଜି ମଧ୍ୟ ଗୋପନୀୟ ଭାବେ ରଖାଯାଇଛି l

1886 ମସିହାରେ କୋକାକୋଲା ଉଦ୍ଭାବନ କରାଯାଇଥିଲା l ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହାର ଫର୍ମୁଲାରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହାର ରଙ୍ଗ ସବୁଜକୁ ବଦଳାଇ ନାଲି କରାଯାଇଥିଲା l ତେବେ ଏଥିରୁ ଜଣାପଡେ ଯେ, ସମୟ ସହିତ ବ୍ରାଣ୍ଡିଂ ଏବଂ ମାର୍କେଟିଂ ମଧ୍ୟ ପରିବର୍ତ୍ତନ ହୋଇଥାଏ l ପୂର୍ବରୁ ସବୁଜ ରଙ୍ଗର ଏକ ଉତ୍ପାଦ ଆଜି ଏହାର ନାଲି ରଙ୍ଗ ପାଇଁ ସାରା ବିଶ୍ୱରେ ଜଣାଶୁଣା l ତେବେ କୁହାଯାଏ ଯେ ଏହାର ରଙ୍ଗ ପରିବର୍ତ୍ତନ ହେବା ପରଠାରୁ କୋକାକୋଲାର ବିକ୍ରି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି l

ପରମେଶ ଶିବମଣି

Leave A Reply

Your email address will not be published.