Latest Odisha News

BREAKING NEWS

ଟ୍ରେନର ଏମରଜେନ୍ସି ଝରକାରୁ ଖସି ପଡିଲା ୮ ବର୍ଷର ଝିଅ

ମଥୁରା: ଉତ୍ତରପ୍ରଦେଶର ମଥୁରାରେ ଏକ ଅଜବ ଘଟଣା ଘଟିଯାଇଛି। ୧୦୦ କିମି. ବେଗରେ ଗତି କରୁଥିବା ଟ୍ରେନର ଜରୁରୀକାଳୀନ ଝରକାରୁ ଖସି ପଡିଛି ୮ ବର୍ଷର ଝିଅ।

ଝିଅର ବାପା-ମାଆ ଦୀର୍ଘ ସମୟ ଧରି ଏହି ଘଟଣା ବିଷୟରେ ଜାଣିପାରିନଥିଲେ। ଟ୍ରେନଟି ବହୁ କିଲୋମିଟର ଆଗକୁ ଗଲାପରେ ସେମାନେ ନିଜ ଝିଅକୁ ସିଟରେ ନଦେଖି ଡରି ଯାଇଥିଲେ। ପରେ ସେ ଏମରଜେନ୍ସି ଝରକା ଦେଇ ଖସି ପଡିଥିବା ଜାଣିବାକୁ ପାଇଥିଲେ।ଯାହାପରେ ଟ୍ରେନକୁ ରୋକିବା ସହ ଝିଅକୁ ଖୋଜାଖୋଜି କରିଥିଲେ। ପରେ ଝିଅକୁ ଜଙ୍ଗଲର ଏକ ବୁଦା ମୂଳରୁ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ମଥୁରା ଜିଲ୍ଲାର ଶ୍ରୀମନ୍ଦିର ରଙ୍ଗନାଥ ମନ୍ଦିର ନିକଟରେ ରହୁଥିବା ଅରବିନ୍ଦ ତିୱାରୀ, ତାଙ୍କ ପତ୍ନୀ ଏବଂ ପୁଅ-ଝିଅ ମଧ୍ୟପ୍ରଦେଶର ନିଜ ଗାଁ ଟିକାମଗଡକୁ ନବରାତ୍ରୀ ପାଇଁ ଯାଇଥିଲେ। ଶୁକ୍ରବାର ଦିନ ଅଷ୍ଟମୀ ପୂଜା କରିବା ପରେ ଅରବିନ୍ଦ ତିୱାରୀ ଗୀତା ଜୟନ୍ତୀ ଏକ୍ସପ୍ରେସରେ ମଥୁରାକୁ ଫେରୁଥିଲେ।

ତେବେ ଟ୍ରେନଟି ଲଲିତପୁର ରେଳ ଷ୍ଟେସନଠାରୁ ୭ରୁ ୮କିଲୋମିଟର ଦୂରରେ ଥିବାବେଳେ ଜରୁରୀକାଳୀନ ଝରକା ନିକଟରେ ବସିଥିବା ତାଙ୍କ ଝିଅ ଚଳନ୍ତା ଟ୍ରେନରୁ ଖସିପଡିଥିଲେ। ଟ୍ରେନଟି ପ୍ରାୟ ୧୫ କିଲୋମିଟର ଅତିକ୍ରମ କଲାପରେ ପରିବାର ଲୋକ ଝିଅ ନିଖୋଜ ଥିବା ଜାଣିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ। ଜଙ୍ଗଲରେ ଟ୍ରେନକୁ ଅଟକାଇ ଖୋଜାଖୋଜି କରିଥିବା ବେଳେ ଝିଅଟିକୁ ବୁଦା ଭିତରୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ।

Comments are closed.