Latest Odisha News

BREAKING NEWS

ଉତ୍ତରାଖଣ୍ଡ ମଦ୍ରାସା ଶିକ୍ଷା ବୋର୍ଡ ପାଠ୍ୟକ୍ରମ‌ରେ ସାମିଲ୍‌ ହେବ ସଂସ୍କୃତ

ଡେରାଡୁନ୍‌: ଉତ୍ତରାଖଣ୍ଡର ମଦ୍ରାସା ଶିକ୍ଷା ବୋର୍ଡରେ ସାମିଲ୍‌ ହେବାକୁ ଯାଉଛି ‌‌ସଂସ୍କୃତ ବିଷୟ । ଏନେଇ ବୋର୍ଡ ଅଧ୍ୟକ୍ଷ ମୁଫ୍‌ତି ସମୁନ କାସଗୀ କହିଛନ୍ତି,ଏହାକୁ ନେଇ ଖୁବ୍ ଶୀଘ୍ର ମଦ୍ରାସା ବୋର୍ଡ ଏବଂ ସଂସ୍କୃତ ଶିକ୍ଷା ବିଭାଗ ମଧ୍ୟରେ ଏମ୍‌ୟୁ ସ୍ବାକ୍ଷରିତ ହେବ। ଏହାସହ ମଦ୍ରାସାରେ ସଂସ୍କୃତ ପାଠ ପଢ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି ।

କାସଗୀଙ୍କ ସୂଚନାନୁସାରେ, ସଂସ୍କୃତ ଏବଂ ଆରବୀ ଦୁଇଟି ଯାକ ପ୍ରାଚୀନ ଭାଷା। ଯଦି ମୌଲବୀମାନଙ୍କୁ ସଂସ୍କୃତ ଓ ପଣ୍ଡିତଜୀଙ୍କୁ ଆରବୀ ଶିକ୍ଷା ମିଳିବା ଖୁସିର ବିଷୟ।  ମଦ୍ରାସାରେ ସଂସ୍କୃତ ବିଷୟରେ ପାଠ ପଢ଼ାଯିବା ନେଇ ସଂସ୍କୃତ ଶିକ୍ଷା ବିଭାଗର ସହ  ଖୁବ୍ ଶୀଘ୍ର ଏମ୍‌ଓୟୁ ସ୍ବାକ୍ଷର କରାଯିବା ପାଇଁ ଚେଷ୍ଟା ରହିଥିବା ସେ କହିଛନ୍ତି।

Comments are closed.