ନୂଆଦିଲ୍ଲୀ: ମିଳିଲା ସବୁଜ ସଙ୍କେତ । ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍ । ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା। ଗତ ୧୬ ଅକ୍ଟୋବରରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରାଣସୀ ଓ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ। ୨ ଥାକ ବିଶିଷ୍ଟ ଏହି ବ୍ରିଜରେ ମୋଟ୍ ୧୦ଟି ଲେନ୍ ରହିବ। ବ୍ରିଜ ଉପରେ ଅନ୍ୟାନ୍ୟ ଯାନବାହନ ଚଳାଚଳ ପାଇଁ ୬ଟି ରାସ୍ତା ରହିବା ସହ ତଳେ ୪ଟି ଟ୍ରେନ୍ ଲାଇନ୍ ରହିବ। ତେବେ ଏଥିପାଇଁ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ଅଧୀନରେ ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ- ତଥା-ସଡକ ପୋଲ ଓ ବାରାଣାସୀ ଏବଂ ଡିଡିୟୁ ଜଙ୍କସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ନିର୍ମାଣ ହେବ। ଏହି ପ୍ରକଳ୍ପ ଅଞ୍ଚଳରେ ସମସ୍ୟାକୁ ହ୍ରାସ କରିବା ସହ ଭିତ୍ତିଭୂମି ଆଧୁନିକୀକରଣ କରିବାରେ ଏବଂ ସ୍ଥାନୀୟ ବାସିନ୍ଦା ତଥା ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ ।
ଏହି ପ୍ରକଳ୍ପ ହେଉଛି ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଏକ ଅଂଶ । ଯାହା ଲୋକ ଏବଂ ସାମଗ୍ରୀର ନିରବଚ୍ଛିନ୍ନ ଗତିବିଧି ନିଶ୍ଚିତ କରିବ। ଏହା ବ୍ୟତୀତ ଏହା ରେଳବାଇକୁ ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ତଥା ଦେଶର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା କାର୍ବନ ନିର୍ଗମନ ୧୪୯ କୋଟି କିଲୋଗ୍ରାମ ହ୍ରାସ ପାଇବ, ଯାହା ପ୍ରାୟ ଛଅ କୋଟି ଗଛ ଲଗାଇବା ସହିତ ସମାନ । ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରାଣାସୀ ଏବଂ ଚାନ୍ଦୁଲି ଜିଲ୍ଲାର ରେଳ ନେଟୱାର୍କକୁ ପ୍ରାୟ ୩୦ କିଲୋମିଟର ବୃଦ୍ଧି କରିବ। ଏହା କେବଳ ଅଞ୍ଚଳର ସାମାଜିକ-ଅର୍ଥନୈସ୍ଥିତିକୁ ସୁଦୃଢ କରିବ ନାହିଁ ବରଂ ସ୍ଥାନୀୟ ବାସିନ୍ଦା ତଥା ବ୍ୟବସାୟ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ପ୍ରକଳ୍ପ କ୍ଷେତ୍ରର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ |
Comments are closed.