Latest Odisha News

BREAKING NEWS

ରାଜନୈତିକ ଶତ୍ରୁତାରୁ ଦୋକାନ ଉପରେ ବୋମାମାଡ଼

ଖଲ୍ଲିକୋଟ: ରାଜନୈତିକ ଶତ୍ରୁତାରୁ ବୋମାମାଡ଼ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ୩ଟି ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି । ଏନେଇ ଖଲ୍ଲିକୋଟ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବୋମାମାଡ ହୋଇଥିବା ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର । ଗତ ନିର୍ବାଚନ ସମୟରେ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ତେଣୁ ସାକ୍ଷୀକୁ ଭୟଭୀତ କରିବାକୁ ବୋମାମାଡ଼ କରିଥିବା ନେଇ ସନ୍ଦେହ କରାଯାଉଛି । ଗତକାଲି ରାତିରେ ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସ୍ତ୍ରୀ ସାବିତ୍ରୀ ଦୋକାନ ବନ୍ଦ କରି ଗଲାପରେ କିଛି ଦୁର୍ବୃତ୍ତ ଦୋକାନ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.