Latest Odisha News

BREAKING NEWS

‘ବିଜେଡି ହାରିବା ପଛରେ ୪ କାରଣ’, କହିଦେଲେ ପଦ୍ମନାଭ…

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ଧରାଶାୟୀ ହେବା ପରେ ବିଜେଡିର ବହୁ ବରିଷ୍ଠ ନେତା ଏବେ ଦଳ ଉପରକୁ ଯାଇ ନିଜର ମୁହଁ ଖୋଲୁଛନ୍ତି । କାହିଁକି ବିଜେଡି ହାରିଲା? କେଉଁଠି ବ୍ୟତିକ୍ରମ ରହିଲା? ବୋଲି ଦର୍ଶାଇବା ସହିତ କିଛି ଦଳ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ଏହାରି ଭିତରେ ଏବେ ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା ବିଜେଡିର ହାରିବାର ମୁଖ୍ୟ ୪ କାରଣ ଦର୍ଶାଇଛନ୍ତି । ଏନେଇ ପଦ୍ମନାଭ କହିଛନ୍ତି, ନିର୍ବାଚନରେ ଏହି ୪ କାରଣ ପାଇଁ ଆମେ ହାରିଲୁ । ପ୍ରାର୍ଥୀ, ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି ପାଇଁ ଦଳ ହାରିଲା ବୋଲି କହିଛନ୍ତି ପଦ୍ମନାଭ । ଏଥିସହିତ ବିଜେଡିର ଇସ୍ତାହାର ଠାରୁ ବିଜେପିର ଇସ୍ତାହାର ଲୋକଙ୍କୁ ଆକର୍ଷିତ କରିଥିଲା ବୋଲି ସେ କହିଛନ୍ତି ।  ସୁଭଦ୍ରା, ଏମଏସପି ୩୧ଶହ ଟଙ୍କା, ମାଗଣା ବିଜୁଳି ଭଳି ବିଜେପିର ପ୍ରତିଶ୍ରୁତି ବିଜେଡି ଉପରେ ଭାରି ପଡିଥିଲା । ବିଜେଡିର ଇସ୍ତାହାରର ପ୍ରସ୍ତାବ କିଛି ଗ୍ରହଣ ହେଲା, କିଛି ହେଲାନାହିଁ । ନବୀନ ବାବୁ ଆଉ ଟିକେ ଅଧିକ ପ୍ରଚାର କରିଥିଲେ ଭଲ ହୋଇଥାନ୍ତା ବୋଲି ମତ ରଖିଛନ୍ତି ପଦ୍ମନାଭ ।

ଅପରପକ୍ଷେ ଦଳ ଉପରେ ଅସନ୍ତୋଷ ଝାଡି ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି ପଦ୍ମନାଭ ।

Leave A Reply

Your email address will not be published.