Latest Odisha News

BREAKING NEWS

ପ୍ରକାଶ ପାଇଲା ଓଏଏସ ରେଜଲ୍‌ଟ: ପ୍ରଥମ ସ୍ଥାନରେ ଶ୍ୱେତାଶ୍ରୀ ମହାପାତ୍ର

ଭୁବନେଶ୍ବର: ଓଏଏସ୍‌ ପରୀକ୍ଷା-୨୦୨୨ର ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଟପ ୧୦ ନମ୍ବରରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି। ସେହିପରି ଶ୍ୱେତାଶ୍ରୀ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ୱେତାଶ୍ରୀ ମହାପାତ୍ର ପ୍ରଥମ ଉଦ୍ୟମରେ ବଡ଼ ସଫଳତା ହାସଲ କରିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା ଥିବା ବେଳେ ତୃତୀୟ ସ୍ଥାନରେ ଦୀପ୍ତିରଂଜନ ପତି ଅଛନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ପ୍ରଜ୍ଞା ପାରଙ୍ଗମ ଓ ଆଜାଦ କୁମାର ସାହୁ ଅଛନ୍ତି। ସେହିପରି ଦୀପମ ରାଉତ, ଦେବବ୍ରତ ଗୌଡ଼ ଯଥାକ୍ରମେ ୬ଷ୍ଠ ଓ ୭ମ ସ୍ଥାନରେ ଥିବା ବେଳେ ଆଦିଦ୍ୟ ଦୀପଙ୍ଗର ଷଡ଼ଙ୍ଗୀ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ନବମ ସ୍ଥାନରେ କପିଳ କୁମାର ମହାନ୍ତି ଥିବା ବେଳେ ଅମ୍ରିତା ସାହୁ ଦଶମ ସ୍ଥାନ ଅଧିକାର କରିଛନ୍ତି।

Leave A Reply

Your email address will not be published.