Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଜମ୍ମୁ ଏବଂ କଶ୍ମୀର ୧୯୩ ରନରେ ଅଗ୍ରଣୀ

କଟକ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଜମ୍ମୁ ଏବଂ କଶ୍ମୀର ୧୯୩ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪ ୱିକେଟ ହରାଇ ୧୯୫ ରନ ସଂଗ୍ରହ କରି ନେଇଛି । ଅବଦୁଲ ସମଦ ୭୦ ଓ ସାହିଲ ଲୋତ୍ରା ୨୧ ରନ କରି ଅପରାଜିତ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶୁଭମ ଖଜୁରିଆ ୪୩, ଶୁଭମ ପୁନ୍ଦିର ୪୦ ରନ କରିଥିଲେ । ଓଡିଶା ପକ୍ଷରୁ କାର୍ତିକ ବିଶ୍ୱାଳ ୨ଟି ୱିକେଟ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଓ ସୁମିତ ଶର୍ମା ଗୋଟିଏ ଲେଖାଏ ଁ ୱିକେଟ ହାସଲ କରିଥିଲେ ।

ପୂର୍ବରୁ ଜମ୍ମୁ ଏବଂ କଶ୍ମୀର ପ୍ରଥମ ଇନିଂସରେ ୨୭୦ ରନ କରିଥିଲା । ଏହାର ଜବାବରେ ଓଡିଶା ଗୋବିନ୍ଦ ପୋଦ୍ଦାରଙ୍କ ଶତକ ସହାୟତାରେ ୨୭୨ ରନ କରି ୨ ରନର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ଥିବାରୁ ମ୍ୟାଚ ଡ୍ର ଅଭିମୁଖେ ଗତି କରିବ ବୋଲି ଆଶା କରାଯାଉଛି । ଯଦି ଏହା ହୁଏ ତେବେ ଓଡିଶା ଫାଇଦାରେ ରହିବ ।

Leave A Reply

Your email address will not be published.