Latest Odisha News

ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ: କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ

କୋରାପୁଟ: ପୁଣି ଲାଇନଚ୍ୟୁତ ହେଲା ମାଲ୍ ବୋଝେଇ ଟ୍ରେନ। କୋରାପୁଟ-କୋଥାଭାଲାସା ରେଳପଥରେ ରେଳ ଚଳାଚଳ ବନ୍ଦ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏହି ଘଟଣାରେ ଗୋଟାଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ରେଳ ବିଭାଗ କର୍ତ୍ତୃପକ୍ଷ ଓ ବୈଷୟିକ ଟିମ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

ସୂଚନା ଅନୁସାରେ ବଚେଲିରୁ ଲୁହାପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଯାଉଥିଲା। ଏହି ସୟମରେ ଚିମିଡିପାଲି ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହୋଇଛି। ଇଂଜିନ ସହ ୪ଟି ବଗି ପାରି ହେବା ପରେ ୫ ନଂ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନର ଆଗ ପଟୁ ୫ ନଂ ବଗି ଲାଇନଚ୍ୟୁତ ହୋଇଛି।

ଘଟଣାସମ୍ପର୍କରେ କୋରାପୁଟ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଟିମ ସୂଚନା ପାଇ ଘଟଣାସ୍ଥଳକୁ ଯାଇଥିବା ରେଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ହୋଇନଥିବା ସୂଚନା ରହିଛି।

Leave A Reply

Your email address will not be published.