Latest Odisha News

ଗାଭାସ୍କରଙ୍କ ଖୁଲାସା, ପାନ ଖାଉଥିବାରୁ ଏହି ଖେଳାଳିଙ୍କୁ ବାଦ ଦିଆ ଯାଇଥିଲା

ମୁମ୍ବାଇ: ସୁନୀଲ ଗାଭାସ୍କର ଏକ ସାକ୍ଷାତକାରରେ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ମୁଁ ଖେଳୁଥିବା ସମୟରେ ମୋର ସାଥୀ କାରସନ ଘାବରୀଙ୍କୁ ବିନା କାରଣରେ ଦଳରୁ ବାଦ ଦିଆଯାଇଥିଲା । ସେ ସମୟରେ ହଠାତ ଆମେ ସେ ବାଦ ପଡିବାର କାରଣ ଜାଣି ପାରି ନ ଥିଲୁ । ପରେ ଜାଣିବାକୁ ପାଇଲୁ ଯେ, ଘାବରୀ ପାନ ଖାଉଥିବାରୁ ତାଙ୍କୁ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ଗସ୍ତରୁ ଚୟନ କମିଟି ବାଦ ଦେଇଥିଲେ । ସେ ସମୟରେ ଘାବରୀ ଭଲ ପ୍ରଦର୍ଶନ କରୁଥିଲେ । ୨ଟି ଗୁରୁତ୍ୱପୂର୍ଣ୍ଣ ସିରିଜରୁ ବାଦ ପଡିବା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା । ସେ ସର୍ଫରାଜ ଖାଁଙ୍କ ଉଦାହରଣ ଦେଇ କହିଥିଲେ ଯେ, ଜଣେ ଖେଳାଳି ଭଲ ପ୍ରଦର୍ଶନ ପାଇଁ ପତଳା ଅଂଟାର ଆବଶ୍ୟକତା ନାହିଁ ।

ଖେଳର ଫିଟନେସ କେବଳ ପତଳା ଅଂଟାକୁ ନେଇ ଆକଳନ କରାଯାଇ ନ ଥାଏ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସର୍ଫରାଜ ଯେଉଁ ଭଳି ପ୍ରଦର୍ଶନ କଲେ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ଫିଟ ଓ ଅନଫିଟ ପଛରେ ନ ପଡି ଭଲ ପ୍ରଦର୍ଶନକୁ ଗୁରୁତ୍ୱ ଦେବା ଜରୁରୀ । ଅନେକ ଫିଟ ଖେଳାଳି ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରି ନ ଥିବା ପ୍ରମାଣ ମଧ୍ୟ ରହିଛି ବୋଲି ଗାଭାସ୍କର କହିଛନ୍ତି ।

Leave A Reply

Your email address will not be published.