Latest Odisha News

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା: କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ହଟିଲା

ନୂଆଦିଲ୍ଲୀ: ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳାଯିବ । ତେବେ ଏଥିରୁ ଆଶ୍ଚର୍ଯ୍ୟଜନକ ଭାବେ କ୍ରିକେଟ, ହକି, ବ୍ୟାଡମିଂଟନ, କୁସ୍ତି ଓ ଶୁଟିଂ ପରି ଲୋକପ୍ରିୟ ଖେଳକୁ ହଟେଇ ଦିଆଯାଇଛି । ଏପରିକି ଟେନିସ, ସ୍କ୍ୱାଶ ଓ ଟ୍ରାଏଥଲନ ପ୍ରତିଯୋଗିତାକୁ ମଧ୍ୟ ସାମିଲ କରାଯାଇ ନାହିଁ । ବଜେଟକୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୋଜକ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଏହି ଖେଳଗୁଡିକ ହଟିବା ଭାରତକୁ ଶକ୍ତ ଧକ୍କା ଲାଗିଛି । ଉପରୋକ୍ତ ଖେଳଗୁଡିକରେ ଭାରତୀୟ ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିବା ସହ ପଦକ ଜିତିଥାନ୍ତି । ୨୦୧୪ରେ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜିତ ହୋଇଥିଲା । ଦୀର୍ଘ ଦିନ ପରେ ପୂନର୍ବାର ଏଠାରେ ଏହା ଆୟୋଜିତ ହେବ । ୮ ମାଇଲ ମଧ୍ୟରେ ଥିବା ୪ଟି ସ୍ଥାନରେ ପ୍ରତିଯୋଗିତାଗୁଡିକ ଆୟୋଜିତ ହେବ ।

୨୩ ଜୁଲାଇ ୨୦୨୬ରୁ ଏହା ଆରମ୍ଭ ହେବ । ରାଷ୍ଟ୍ରମଣ୍ଡଳ ଖେଳ ମହାସଂଘ ପକ୍ଷର ଜାରୀ ବୟାନରେ କୁହାଯାଇଛି ଯେ, ଆଥଲେଟିକ୍ସ, ପାରା ଆଥଲେଟିକ୍ସ, ବକ୍ସିଂ, ଜୁଡୋ, ବାଉଲ୍ସ, ପାରା ବାଉଲ୍ସ, ୩ଗୁଣନ୩ ବାସ୍କେଟବଲ, ୩ଗୁଣନ ୩ ହ୍ୱିଲଚେୟାର ବାସ୍କେଟବଲ ଖେଳାଯିବ । ହକିରେ ଭାରତର ପୁରୁଷ ଟିମ ୫ ଓ ମହିଳା ଦଳ ୪ ପଦକ ଜିତିଥିବା ବେଳେ ବ୍ୟାଡମିଂଟନରେ ୩୧ ପଦକ ହାସଲ କରିଛି । ଶୁଟିଂରେ ଟିମ ଇଣ୍ଡିଆ ଓଭରାଲ ୧୩୫ ପଦକ, କୁସ୍ତିରେ ୧୧୪ ପଦକ ସାମିଲ ।

Leave A Reply

Your email address will not be published.