Latest Odisha News

ମାରାତ୍ମକ ରୋଗ କାଲାଆଜାର, ନେଇଥିଲା ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କାଲାଆଜାର ହେଉଛି ଏକ ସାଂଘାତିକ ଧରଣର ଲିସମାନିଆସିସ ରୋଗ l ଏହି ରୋଗ ବିହାର ସମେତ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ବର୍ତ୍ତମାନ ଏହା ଭାରତରୁ ପ୍ରାୟ ବିଲୁପ୍ତ ହେବାକୁ ଯାଉଛି। କ୍ରମାଗତ ଦୁଇ ବର୍ଷ ହେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ରୋଗକୁ ଦୂର କରିବା ପାଇଁ ଚେଷ୍ଟା ଚଳାଇ ଆସିଛି l ପାଖାପାଖି ଏବେ ଏଥିରେ ସଫଳ ମଧ୍ୟ ହେବାକୁ ଯାଉଛି ବୋଲି କୁହାଯାଉଛି l ଏହି ରୋଗରେ ପୀଡିତ ରୋଗୀ ଚିହ୍ନଟ କରାଯାଇ ଉପଯୁକ୍ତ ଚିକିତ୍ସା ନହେଲେ ଏହା ଘାତକ ସାବ୍ୟସ୍ତ ହୋଇଥାଏ । ଏକକୋଷୀ ପ୍ରୋଟୋଜୋଆ ଲିସମାନିଆ ନାମକ ଏକ ପରଜୀବୀ କାରଣରୁ ଏହି ରୋଗ ହୋଇଥାଏ l କହିବାକୁ ଗଲେ ମ୍ୟାଲେରିଆ ପରେ କାଲାଆଜାର ହେଉଛି ଦେଶର ଦ୍ୱିତୀୟ ମାରାତ୍ମକ ପରଜୀବୀ ରୋଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ 2023 ମସିହାରେ ଏହି ରୋଗରେ ପୀଡିତ 595 ଟି ମାମଲା ସାମ୍ନାକୁ ଆସିଥିଲା l ଏହି ରୋଗରେ ପୀଡିତ 4 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା l ସେହିପରି ଚଳିତ ବର୍ଷ ଏହି ରୋଗରେ ଏପର୍ଯ୍ୟନ୍ତ 339ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଆସନ୍ତୁ ଜାଣିବା କାଲାଆଜାର ରୋଗ କେତେ ବିପଜ୍ଜନକ ଏବଂ ଏହାର କାହାଣୀ କ’ଣ…

ଏହି ରୋଗ 1870ରେ ପ୍ରଥମେ ଆସାମରେ ଦେଖିବାକୁ ମିଳିଥିଲା l କୁବି କାମ ଦିନରେ ଏହା ଆସାମ୍ୱରୁ ବିହାର ଓ ପଶ୍ଚିମବଙ୍ଗକୁ ବ୍ୟାପି ଯାଇଥିଲା l ଏହି ରୋଗରେ ଅନେକ ଲୋକଙ୍କ ଜୀବନ ଯାଇଥିଲା l ପ୍ରଥମେ 1854-1875 ମଧ୍ୟରେ ଏହି ରୋଗରେ ଅନେକ ଲୋକ ଆକ୍ରାନ୍ତ ହୋଇଥିଲେ l ଆସମରେ ପ୍ରଥମେ ଏହି ରୋଗ ଦେଖା ଦେଇଥିବାରୁ ଆସାମରେ ଏହା ଆସାମ ଜ୍ୱର କ‌ହୁଥିଲେ । ଦେବନାଗରୀ ଭାଷାର ଏହାକୁ କାଲାଆଜାର କୁହାଯାଏ l କାଲା ଅର୍ଥ କଳା ଆଜାର ଅର୍ଥ ଜ୍ୱର l ତେଣୁ ଏହି ରୋଗକୁ କଳା ଜ୍ୱର ମଧ୍ୟ କୁହାଯାଏ l ଏହି ରୋଗର ଚର୍ମ କଳା ପଡ଼ିଯାଉଥିବାରୁ ଏହାର ନାମ ଏପରି ହୋଇଛି l କୋଲକାତାର ଦମଦମ ଅଂଚଳରେ ଜଣେ ମୃତ ବ୍ୟକ୍ତିର ପ୍ଲୀହାରୁ ଉଇଲିଅମ ଲିସମ୍ୟାନ ନାମକ ଜଣେ ସ୍କଟିସ ଡାକ୍ତର ପ୍ରଥମେ କାଲାଆଜାରର ଜୀବାଣୁ ଆବିଷ୍କାର କରିଥିଲେ l ଲିସମ୍ୟାନ ଓ ଚାର୍ଲସ ଡୋନୋଭାନ ନାମକ ଜଣେ ଆଇରିସ ଡାକ୍ତର ଏକାବେଳେ ଏହି ରୋଗର ଆବିଷ୍କରକୁ କରିଥିବାରୁ ଏହାର ନାମ ଲିସମାନିଆ ଡୋନୋଭାନି ରଖାଗଲା ।

ଏହି ରୋଗ ହେଲେ ସ୍ୱାଭାବିକ ଭାବରେ ଜ୍ୱର ହେବ ସହ ପ୍ଲୀହା ଓ ବେଳେ ବେଳେ ଯକୃତ ବୃଦ୍ଧି ପାଇଥାଏ l ଏହି ରୋଗ ଯୋଗୁ ଚର୍ମ କଳା ପଡ଼ିଯାଏ l ଏହାର ଲକ୍ଷଣ ପ୍ରାୟତଃ ମ୍ୟାଲେରିଆ ପରି ହୋଇଥିବାରୁ ବେଳେ ଏହାକୁ ମ୍ୟାଲେରିଆ କହି ଅସୁବିଧାରେ ପଡ଼ିଥାନ୍ତି ଲୋକେ l ରୋଗଟି ଏକରୁ 20 ସପ୍ତାହ ମଧ୍ୟରେ ପୁରା ଶରୀରରେ ବ୍ୟାପିଯାଏ l ଉପଯୁକ୍ତ ଚିକିତ୍ସା ନହେଲେ ୧୨ରୁ ୧୬ ସପ୍ତାହ ମଧ୍ୟରେ ରୋଗୀର ମୃତ୍ୟୁ ହୁଏ । ଏହି ରୋଗ ହେଲେ ଶରୀରରେ ଅଜବ ପ୍ରକାର କକଳା ଦାଗ‌ ଦେଖିବାକୁ ମିଳେ l ଧୀରେ ଧୀରେ ଏହା ସାରା ଶରୀରରେ ବ୍ୟାପିଯାଏ । ଅବଶେଷରେ ଏହି କଳା ଦାଗ ସବୁ ଏକାଠି ହୋଇ ଶରିରକୁ ବିକୃତ କରିଦିଏ l ବେଳେ ବେଳେ ଏହା କୁଷ୍ଠ ରୋଗ ଭଳି ଦେଖାଯାଏ l ଏହି ରୋଗ ଆଖିକୁ ବାପିଲେ ମଣିଷ ଅନ୍ଧ ହୋଇଯାଏ ।

Leave A Reply

Your email address will not be published.