Latest Odisha News

BREAKING NEWS

ଆକ୍ସନ୍ ମୁଡରେ ସରକାର: ନଡ଼ା ଜାଳିଲେ ଚାଷୀ, ନିଲମ୍ବିତ ହେଲେ ୨୪ ଅଫିସର୍‌

ନୂଆଦିଲ୍ଲୀ: ଆକ୍ସନ ମୁଡରେ ହରିୟାଣା ସରକାର। ଗତ କିଛି ଦିନ ତଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ହରିୟାଣାର କ୍ୟାଥଲ ଜିଲ୍ଲାରେ ଚାଷୀଙ୍କୁ ନଡା ଜାଳିବା ଅଭିଯୋଗରେ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ହରିୟାଣା କୃଷି ବିଭାଗ ଆଉ ଏକ ବଡ ପଦକ୍ଷେପ ନେଇ ୨୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

ହରିୟାଣା ଏବଂ ପଡୋଶୀ ରାଜ୍ୟ ପଞ୍ଜାବରେ ନଡ଼ା ଜଳିବା ପ୍ରାୟତଃ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଁ ଦାୟୀ ହୋଇଥାଏ। ଦିନକୁ ଦିନ ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଏଥିପାଇଁ ପ୍ରତିବର୍ଷ ହରିୟାଣାକୁ ମଖ୍ୟତଃ ଦାୟୀ କରାଯାଉଛି। ବିଶେଷ କରି ଅକ୍ଟୋବର ଏବଂ ନଭେମ୍ବରର ଅମଳ ପରବର୍ତ୍ତୀ ମାସରେ ଏହା ଘଟିଥାଏ। ଏଥିଯୋଗୁଁ ପଡୋଶୀ ରାଜ୍ୟରେ ପ୍ରଦୂଷଣ ମାତ୍ରା ବଢ଼େ। ଏବେ ଏହାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛନ୍ତି ହରିୟାଣାର ସୈନି ସରକାର। ନଡ଼ା ଜାଳିକା ଘଟଣାକୁ ସେ ଗୁରୁତର ଭାବେ ନେଇଛନ୍ତି। ଏହି ମାମଲାରେ ୨୪ ଜଣ ଅଫିସରଙ୍କୁ ନିଳମ୍ବିତ କରାଯାଇଛି।

ତେବେ ନିଲମ୍ବିତ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳରେ କୃଷକଙ୍କ ନଡ଼ା ଜାଳିବା ଉପରେ ରୋକ୍‌ ଲଗାଇବାରେ ଅକ୍ଷମ ଥିଲେ। ତେଣୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ହରିୟାଣା କୃଷି ବିଭାଗ ଏମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାନିପତ, ଯମୁନାଗର ଏବଂ ଅମ୍ବାଲା ସମେତ ଅନ୍ୟ କେତେକ ଜିଲ୍ଲାରେ ନଡ଼ା ଜଳିବା ନେଇ ୧୦୦ରୁ ଅଧିକ କୃଷକଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ହୋଇଛି। ସେପଟେ ହରିୟାଣାର ମୁଖ୍ୟ ଶାସନ ସଚିବ ଟିଭିଏସ୍ଏନ୍ ପ୍ରସାଦ ରବିବାର ରାଜ୍ୟରେ ନଡ଼ା ଜାଳିବା ଉପରେ ପ୍ରଭାବିତ ରୂପେ ରୋକ୍‌ ଲଗାଇବାକୁ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ନଡ଼ା ଜାଳିବା ମାମଲରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ହରିୟାଣା ଓ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଥିଲେ।

Leave A Reply

Your email address will not be published.