Latest Odisha News

BREAKING NEWS

ଲାଞ୍ଚ ନେଇ ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ

ବରଗଡ: ସରକାରୀ ଚାକିରିରୁ ନିଲମ୍ବନ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ହୃଷିକେଶ ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।

ଖବର ମୁତାବକ, ଗାଇସିଲାଟ ବ୍ଲକର ବଡ ସାହାଜବାହାଲ ଗ୍ରାମର ଜଣେ ମୃତକଙ୍କ ମୃତଦେହ ମହାପ୍ରୟାଣ ଗାଡିରେ ନେବା ବାବଦକୁ ପରିବାର ଠାରୁ ୩୦୦୦ ଟଙ୍କା ମାଗିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ହୃଷିକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ତଦନ୍ତ କରି ଏହା ସତ ବୋଲି ଜାଣିବାକୁ ପାଇଥିଲେ ବରଗଡ଼ ସିଡିଏମ୍ଓ । ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛିଯେ, ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହୃଷିକେଶଙ୍କୁ ପୁଣି କଣ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟର ସୁଯୋଗ ମିଳିବ କି ନାହିଁ ।

Leave A Reply

Your email address will not be published.