Latest Odisha News

ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ : ଜଙ୍ଗଲମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କ ସୃଷ୍ଟି କରିଛି ବାତ୍ୟା ଦାନା। ଅବପାତ ପରେ ଉଚ୍ଚ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସମସ୍ତ କ୍ଷେତ୍ର କାର୍ଯ୍ୟକର୍ତ୍ତା, କର୍ମଚାରୀ ବିଶେଷକରି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ବନଖଣ୍ଡ ଅଧିକାରୀ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନିଜ ନିଜ ଆଞ୍ଚଳିକ କର୍ତ୍ତୃତ୍ବ ମଧ୍ୟରେ ବାତ୍ୟା ଦାନାର ପ୍ରାକ ପ୍ରସ୍ତୁତି କରିବା ସହ ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସତର୍କତାମୂଳକ ପଦକ୍ଷେପ ଜାରି ରଖି ସାଧାରଣ ଜନତାଙ୍କ ଜୀବନ, ପ୍ରାଣୀ ଉଦ୍ୟାନର ସମ୍ପତ୍ତି ଏବଂ ପ୍ରାଣୀମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.