Latest Odisha News

BREAKING NEWS

ପ୍ରଭାବ ଜାରି କଲାଣି ‘ଦାନା’: ବାଲେଶ୍ଵରରେ ବସ୍ ଚଳାଚଳ ବନ୍ଦ 

ବାଲେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି ‘ଦାନା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହଲୁକରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ହାଲକା ହାଲକା ପବନ ବହିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏଥିପାଇଁ ଆଜିଠୁ ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ । ବାଲେଶ୍ୱରରୁ ଚନ୍ଦନେଶ୍ୱର ଓ ଭୁବନେଶ୍ୱରକୁ ବସ୍‌ ଚଳାଚଳ ବନ୍ଦ ନେଇ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ସ୍ଥଳଭାଗ ମୁହାଁ ହେଉଛି। ପାରାଦୀପଠାରୁ ବାତ୍ୟା ୨୬୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି। ଆଜି ବିଳମ୍ବିତ ରାତିରୁ ଆସନ୍ତାକାଲି ଭୋର ସମୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି

Leave A Reply

Your email address will not be published.