Latest Odisha News

ବଡଖବର: ଲ୍ୟାଣ୍ଡଫଲ୍‌ ପରେ ବଦଳିପାରେ ବାତ୍ୟାର ମୋଡ

ଭୁବନେଶ୍ୱର: ଆସିଲା ବଡ ଖବର l ଲ୍ୟାଣ୍ଡଫଲ୍‌ ପରେ ବୁଲିପାରେ ବାତ୍ୟା ଦାନା l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ l ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ ଆଡ଼େ ଟିକେ ରିକର୍ଭ କରିପାରେ l ପ୍ରଭାବରେ ୨୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ l ତେବେ ଲ୍ୟାଣ୍ଡଫଲ ଓ ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ ରହିଛି l ଭିତରକନିକା ରୁ ଧାମରା ଭିତରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା l ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦-୧୧୦ କିମି ରହିବ l

ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ l ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ଜୁଆର ଆସିବ l ଏହି ୩ ଟି ଜିଲ୍ଲାରେ ୧ ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ l ସେପଟେ ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆଶଙ୍କା ରହିଛି l ତେବେ ଭୀଷଣ ରୂପ ନେଇ ସ୍ଥଳଭାଗ ମୁହାଁ ହୋଇଛି ଦାନା l ଦାନା ପ୍ରଭାବରେ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବ ନେଇ ସମ୍ଭାବନା ରହିଛି l ଆଜି ସକାଳୁ ଟ୍ୱିନସିଟିରେ ଆକାଶ ମେଘାଚ୍ଛନ୍ନ ତିବ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଛି l ପବନର ବେଗ ମଧ୍ୟ ବେଳକୁ ବେଳ ବଢ଼ିବାରେ ଲାଗିଛି l ସେପଟେ ବାଲେଶ୍ବର, ପୁରୀ, ଗୋପାଳପୁରରେ ମଧ୍ୟ ବର୍ଷା ଜାରି ରହିଛି l ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି l ପାରାଦୀପରେ ୫୧ ମିମି ଓ ଚାନ୍ଦବାଲିରେ ୩୯ ମିମି ବର୍ଷା ହୋଇଛି l

ତେବେ ବାତ୍ୟା ପାଇଁ ଆସନ୍ତା ହୋଇ ଉଠିଛି ସମୁଦ୍ର l ଲୋକମାନଙ୍କୁ ସତର୍କ କରିବାକୁ ବେଳାଭୂମିରେ ପଇଁତରା ମାରୁଛି ପୋଲିସ l ବେଳାଭୂମିରେ କେହି ପର୍ଯ୍ୟଟକ କିମ୍ବା ଦୋକାନୀ ନ ରହିବାକୁ ପରାମର୍ଶ ଦେବା ସହ ସତର୍କ ରହିବା ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ପରାମର୍ଶ ଦେଉଛି ପୋଲିସ l ବେଳକୁ ବେଳ ବର୍ଷା ଓ ପବନ ବେଗ ବଢୁଛି l ବାତ୍ୟା ଦାନା ଏବେ ପାରାଦୀପ ଠାରୁ ୨୬୦ କିମି ଦୂରରେ ଥିବା ବେଳେ ଧାମରାରୁ ୨୯୦ କିମି ଓ ସାଗର ଦ୍ବୀପଠାରୁ ୩୫୦ କିମି ଦୂରରେ ଅଛି l ଘଣ୍ଟାପ୍ରତି ୧୨ କିମି ବେଗରେ ଆଗଉଛି ବାତ୍ୟା ଦାନା l
-ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ
୧୦୦-୧୧୦ କିମି ବେଗରେ ପବନ ହେବ

Leave A Reply

Your email address will not be published.