Latest Odisha News

ମାଡ଼ି ଆସୁଛି ‘ଦାନା’: ସାଙ୍ଗରେ ନେଇ ଆସୁଛି ଜୁଆର

ଭୁବନେଶ୍ୱର: ପାଖେଇ ପାଖେଇ ଆସୁଛି ବାତ୍ୟା ‘ଦାନା’। ଗତକାଲିଠାରୁ ବେଗ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।ଏହାର ପ୍ରଭାବରେ ଏବେ ଅଶାନ୍ତ ହେଲାଣି ସମୁଦ୍ର। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସିଲାଣି। ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ହେନ୍ତାଳ ବଣରେ ପାଣି ପଶିଥିବା ସୂଚନା ମିଳିଛି।

ତେବେ ସାମୁଦ୍ରିକ ଜୁଆରକୁ ନେଇ ପୁଣି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ବାତ୍ୟାର ପ୍ରଭାବରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଉପକୂଳରେ ଜୁଆର ଆସିବ। ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ଆସିବା ବେଳେ ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆଶଙ୍କା ନେଇ ସତର୍କ କରିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।

Leave A Reply

Your email address will not be published.