Latest Odisha News

BREAKING NEWS

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ ୨୪ ଘଣ୍ଟିଆ ବିଜୁଳି

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର । ଅକ୍ଟୋବର ୨୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ହେବନାହିଁ ବିଜୁଳି କାଟ । ଏଭଳି ଏକ ନିଷ୍ପତି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅକ୍ଟୋବର ୨୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ଥାନରେ ଯେପରି ବିଦ୍ୟୁତ କାଟ ନହେବ । ଏହି ସମୟରେ ଅନେକ ହିନ୍ଦୁ ପର୍ବ ମଧ୍ୟ ଅନୁଷ୍ଠିତ ହେବ । ତେଣୁ ଏପରି ଏକ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ କମିଶନର, ଜିଲ୍ଲାଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହି ଖୁସି ଏବଂ ଉତ୍ସବ ସମୟରେ, ଅକ୍ଟୋବର ୨୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦିଆଯିବା ଦରକାର । ପାୱାର କର୍ପୋରେସନ୍ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ଉଚିତ୍। ଜରୁରୀକାଳୀନ ସ୍ୱାସ୍ଥ୍ୟ ଏବଂ ଆଘାତ ସେବା ବିନା କୌଣସି ବାଧାରେ ଜାରି ରହିବା ଉଚିତ। ସବୁ କ୍ଷେତ୍ରରେ ଡାକ୍ତର ସହଜରେ ଉପଲବ୍ଧ ହେବା ଉଚିତ। ଆଗାମୀ ପର୍ବକୁ ଦୃଷ୍ଟିରେ ରଖି ଖାଦ୍ୟ ନିରାପତ୍ତା ଯାଞ୍ଚକୁ ଆହୁରି ଜୋରଦାର କରାଯିବା ଉଚିତ, କିନ୍ତୁ ଏଥିନେଇ ଧ୍ୟାନ ଦିଆଯିବା ଉଚିତ ଯେ ଯାଞ୍ଚ ନାମରେ କାହାକୁ ହଇରାଣ କରାନଯାଉ ବୋଲି କଲହିଛନ୍ତି ଯୋଗୀ।

ସେପଟେ ଗ୍ରାମୀଣ ରୁଟରେ ବସ୍ ସଂଖ୍ୟା ବୃଦ୍ଧି କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖରାପ ଅବସ୍ଥାରେ ଥିବା ବସ୍ ଗୁଡିକ ରାସ୍ତାରେ ଯିବାକୁ ଅନୁମତି ଦିଆଯିବ ନାହିଁ । ଆଗକୁ ଆସୁଥିବା ପର୍ବ ସମସ୍ତକୁ ଦୃଷ୍ଟିରେ ରଖି ପୋଲିସକୁ ରାତିସାରା ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.