Latest Odisha News

BREAKING NEWS

ଧିରେ ଧିରେ ଶାନ୍ତ ହେଉଛି ‘ଦାନା’: ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

କେନ୍ଦ୍ରାପଡା: ଶେଷ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।ତାଣ୍ଡବ ରଚିବା ପରେ ଧିରେ ଧିରେ ଶାନ୍ତ ହେଉଛି ‘ଦାନା’।ଶୁକ୍ରବାର ମଧ୍ୟରାତ୍ରିରେ ପ୍ରାୟ ୧୨ ଟା ୫ ମିନିଟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଭିତରକନିକା ଏବଂ ଧାମରା ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇଥିଲା। ରାତିସାରା ତାଣ୍ଡବ ରଚିଥିଲା ଦାନା। ଏବେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ରୂପ ନେଇଛି। ବର୍ତ୍ତମାନ ଏହା ଦୁର୍ବଳ ହୋଇ ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି। ତେବେ ଆଜି ସକାଳ ସୁଦ୍ଧା ବାତ୍ୟା ଦାନା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିବାର ପୂର୍ବ ଆକଳନ କରାଯାଇଥିବା ବେଳେ ଏଥିରେ ବିଳମ୍ବ ହୋଇଥିବା କହିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ଏରିଆ ସୃଷ୍ଟି ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ ହୋଇଛି। ମୁଖ୍ୟତଃ ଏହି ପ୍ରକ୍ରିୟା ଶେଷ ହେବା ପାଇଁ ୫/୬ ଘଣ୍ଟା ଲାଗିଥାଏ। କିନ୍ତୁ ଦାନା କ୍ଷେତ୍ରରେ ଟିକେ ବିଳମ୍ବ ହୋଇଛି। ବର୍ତ୍ତମାନ ଏହା ବାତ୍ୟା ରୂପ ନେଇଥିବା ବେଳେ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ରୂପ ନେଇ ଆହୁରି ଦୁର୍ବଳ ହେବ। ଏଥିସହିତ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ପବନର ବେଗ ୮୦ ରୁ ୯୦ କିମି ଥିବା ବେଳେ ସ୍ଥଳବିଶେଷରେ ୧୦୦ କିମି ବେଗରେ ପବନ ବହୁଛି

Leave A Reply

Your email address will not be published.