Latest Odisha News

ବାତ୍ୟାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ବାତ୍ୟାରେ ଯେଉଁ ପରିବାରଙ୍କ ଘର ଭାଙ୍ଗିଯାଇଛି, କିମ୍ବା କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାର ପକ୍କା ଘର ପାଇଁ ସହାୟତା ପ୍ରଦାନ କରିବେ। ଆଜି ବାତ୍ୟା ପରବର୍ତ୍ତୀ ଆଲୋଚନାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଏନେଇ ମନ୍ତ୍ରୀ କହିଛନ୍ତି, ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଶନିବାର ଅର୍ଥାତ ଆସନ୍ତାକାଲି ଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ। କ୍ଷେତ୍ର କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରିବେ। ଆଗାମୀ ୭ ଦିନ ଭିତରେ ବାତ୍ୟାରେ କେତେ କ’ଣ କ୍ଷତି ହୋଇଛି, କେତେ ଫସଲ ଏବଂ ଘର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇ ରିପୋର୍ଟ ଆସିବ। ଯେଉଁ ପରିବାରଙ୍କ ଘର ବାତ୍ୟାରେ ଭାଙ୍ଗିଥିବା ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ରବିବାର ଏରିଅଲ ଭାବେ ପ୍ରାଥମିକ ଆକଳନ କରାଯିବା। ତେବେ ଏହି ବାତ୍ୟା ଦାନା କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାକୁ ବିଶେଷ ପ୍ରଭାବିତ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.