Latest Odisha News

ଲାଗିରହିଛି ବର୍ଷା ବିତ୍ପାତ: ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ

ମୟୂରଭଞ୍ଜ: ବାତ୍ୟା ଦାନା ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗରହିଛି। ତୁହାକୁ ତୁହା ବର୍ଷା ବନ୍ୟା ଆଶଙ୍କା ସୃଷ୍ଟି କଲାଣି। ପ୍ରବଳ ବର୍ଷା କାରଣରୁ କିଛି କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଉ ତିନି ଦିନ ପାଇଁ ବନ୍ଦ ରହିବ ଶିମିଳିପାଳ। ଅର୍ଥାତ୍ ଆଜିଠାରୁ ଆସନ୍ତା ୨୮ ତାରିଖ ସୋମବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ମନା। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇଦିନ ଶିମିଳିପାଳ ବନ୍ଦ ହୋଇଥିବା ବେଳେ ପୁଣି ସୋମବାର ପର୍ଯ୍ୟନ୍ତ ପ୍ରବେଶ ବନ୍ଦ କରାଯାଇଛି।

ତେବେ ଆଜି ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବରେହିପାଣିରେ ସର୍ବାଧିକ ୧୭୪.୪୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଉତ୍ତର ନଅଣାରେ ୧୩୭.୨୦ ମିମି, ଚହଲାରେ ୧୩୦ ମିମି, କୁଳିପାଳରେ ୯୩.୨୮ ମିମି, ଭଞ୍ଜବସାରେ ୬୭.୩୧ ମିମି, ପିଠାବଟା ଉତ୍ତରରେ ୫୧.୮୧ ମିମି, ଜେନାବିଲରେ ୪୮ ମିମି, ଦକ୍ଷିଣ ନଅଣାରେ ୩୩.୬୦ ମିମି, ପିଠାବଟା ଦକ୍ଷିଣରେ ୩୩.୦୩ ମିମି, ଉପର ବାରାହାକାମୁଡାରେ ୩୧.୪୦ ମିମି, କବାଟଘାଇରେ ୩୦.୨୨ ମିମି, ପୋଡାଡିହାରେ ୨୫.୪୦ ମିମି ବର୍ଷା ରେକର୍ଡ ହୋଇଛି

Leave A Reply

Your email address will not be published.